-
ଚରମ୍ପା ଠାରେ ରେଳ ରୋକ, ବନ୍ତ ଛକରେ ରାଜପଥ ଅବରୋଧ
ଭଦ୍ରକ,ଆଜି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରେଡ ୟୁନିୟନ । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ମିଶ୍ରିତ ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚରମ୍ପା ଠାରେ ରେଳ ରୋକ କରାଯିବା ସହ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଠାରେ ରାଜପଥ ଅବରୋଧ କରାଯାଇଛି । ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ତେବେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲା ଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ବ୍ୟାଙ୍କ ସେବା ବ୍ୟାହତ ହୋଇଛି ।
କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଦେଶର ସମସ୍ତ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ,ବୀମା, ସ୍ୱାଧୀନ କର୍ମଚାରୀ ଫେଡେରେସନ ମାନେ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ସାମିଲ୍ ହୋଇଛନ୍ତି ।