କେନ୍ଦ୍ରାପଡ଼ା, ଟ୍ରେଡ଼ ୟୁନିଅନ ପକ୍ଷରୁ ଆଜି ଠାରୁ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ସହରର ତିନି ମୁହାଣି ଛକ ଠାରୁ ୟୁନିଅନର କର୍ମକର୍ତାଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟରେ ପହଂଚିଥିଲା । କର୍ମକର୍ତା ମାନେ ସିଡିଏମଓ ଡା. ଅନିତା ପଟ୍ଟନାୟକଙ୍କୁ ଭେଟି ସେମାନଙ୍କର ୧୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।
ବ୍ୟାଙ୍କ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିବାରୁ ଜିଲାରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ତେବେ ଯାନବାହାନ ଚଳାଚଳ ସ୍ୱାଭାବିକ୍ ରହିଛି । ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି ।