କନ୍ଧମାଳ – ଗୋଛାପଡା ଥାନା ଅନ୍ତର୍ଗତ ଫୁଲବାଣୀ କଂଟାମାଳ ରାସ୍ତାର କଟ୍ରିଙ୍ଗିଆ ନିକଟ ସୁନୀମୁଣ୍ଡା ଠାରେ ଆଜି ସକାଳୁ ଗଛ କାଟି ରାସ୍ତା ଅବରୋଧ କରାଯାଇଥିବା ଦେଖିବା ମିଳିଥିଲା । ଆଜି ସକାଳେ ସେହି ରାସ୍ତା ଦେଇ ଏକ ବସ ଯାଉଥିବା ବେଳେ ରାସ୍ତା ଉପରେ ଦୁଇଟି ବିରାଟ ଗଛ କଟାଯାଇ ପଡିଥିବାରୁ ଆଉ ଆଗକୁ ଯାଇ ପାରିନଥିଲା । ଫଳରେ ଯାତ୍ରୀଙ୍କୁ ସେଠାରେ ଓହ୍ଲାଇ ଫେରି ଆସିଥିଲା । ଏହି ଖବର ପୁଲିସ ପାଇ ସେଠାରେ ପହଂଚିବା ସହ ଗଛକୁ କାଟି ରାସ୍ତା ଅବରୋଧ ହଟାଇଥିଲା । ଦିନ ପ୍ରାୟ ୧୧ ଟା ପରେ ସେହି ରାସ୍ତାରେ ଯାତାୟତ ସ୍ୱଭାବିକ ହୋଇଥିଲା । ତେବେ କିଏ ଗଛକାଟି ପକାଇଛି ତାହା ଜଣା ପଡି ନଥିଲେ ମଧ୍ୟ ଗଞ୍ଜେଇ ମାଫିଆମାନେ ଏହା କରିଥିବା ସନେ୍ଦହ କରାଯାଉଛି । କାରଣ ଗତ ପ୍ରାୟ ୫ ଦିନ ହେଲା ଲଗାତାର କଟ୍ରିଙ୍ଗିଆ ପଂଚାୟତ ଅଂଚଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗେଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଉକ୍ତ ଅଂଚଳରେ ହଜାର ହଜାର ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହେଇଥିବା ଜଣା ପଡିଛି । ୫ ଦିନ ମଧ୍ୟରେ ୫୭୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୭୫ ଲକ୍ଷ ଟଙ୍କା ହେବ । ଆଗକୁ ବି ଗଞ୍ଜେଇ ଚାଷ ନଷ୍ଟ ପ୍ରକିୟା ଚାଲିବାକୁ ଥିବାରୁ ଗଞ୍ଜେଇ ମାଫିଆ ମାନେ ଏହାକୁ ରୋକିବା ପାଇଁ ଗଛକାଟି ରାସ୍ତା ଅବରୋଧ କରିଥିବା ସନେ୍ଦହ କରାଯାଉଥିବା ଗୋଛାପଡା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି । ଏନେଇ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବା ବେଳେ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।
Related Stories
November 25, 2024