-
ଗଠନ ହେଲା ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ସହରର ସମସ୍ୟା ସମାଧାନ କରିବା ପାଇଁ ମିଳିତ ହେଲେ ବିଭିନ୍ନ ସାମାଜିକ ଅନୁଷ୍ଠାନ ।ସମସ୍ତ ସାମାଜିକ ଅନୁଷ୍ଠାନ ମାନଙ୍କର ମିଳିତ ସମାବେଶ ରେ ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ନାମରେ ଏକ ସାମାଜିକ ଅନୁଷ୍ଠାନ ଗଠନ ହେଲା ଓ ଆଗାମୀ ଦିନରେ ଏହି ମଞ୍ଚ ବ୍ୟାନର ରେ ସମସ୍ତ ଅନୁଷ୍ଠାନ ଏକତ୍ରିତ ହୋଇ ପୁରୀ ସହରର ସମସ୍ୟା ସମାଧାନ କରିବାପାଇଁ କାର୍ଯ୍ୟ କରିବେ । ସର୍ବ ସମତି କ୍ରମେ ପ୍ରସନ୍ନ ଦାଶ ଙ୍କୁ ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚର ଆବାହକ ଭାବରେ ଚୟନ କରାଗଲା
ଭକ୍ତ ସାଲବେଗ ପୀଠ ରେ ଆହୁତ ସମାଜିଜ ଅନୁଷ୍ଠାନ ମାନଙ୍କର ମିଳିତ ସମାବେଶକୁ ସଚେତନ ନାଗରିକ ମଞ୍ଚର ସଭାପତି ସାମ୍ବାଦିକ ଓ ଆଇନି ଜୀବୀ ପ୍ରସନ୍ନ ଦାଶ ପରିଚାଳନା କରିଥିଲେ । ଏହି ସାମାଜିକ ଅନୁଷ୍ଠାନ ମାନଙ୍କର ମିଳିତ ସମାବେଶରେ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ଉପଦେଷ୍ଟା ଚକ୍ରଧର ମହାପାତ୍ର , ସହିଭାଇ ର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ,ଉର୍ଯାବ।ନ ଓଡ଼ିଶାର ସମ୍ପାଦିକା ନିହାରୀକ। ତ୍ରିପାଠୀ ,ସଭାପତି ସନ୍ତୋଷ କୁମାର ସେନାପତି ,ଆମ ଆଦମୀ ପାର୍ଟି ର ମିଡିଆ ପ୍ରମୁଖ ସମୀର ସାମନ୍ତରାୟ, ତ୍ରିଲୋଚନ ଦାସ,ଅନୀଲ ସେନାପତି ,ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାନ୍ତି , ପୁରୀ ସହରର ଯୁବନେତା ସଂଗଠକ ବିଶ୍ୱଜିତ ମହାନ୍ତି ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜର ମତା ମତ ଦେଇଥିଲେ । ଶେଷରେ ଉର୍ଯାବ।ନ ର ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।