
-
ଐତିହ୍ୟ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ବ୍ୟାପକ ଖନନକୁ ନେଇ ତୀବ୍ର ନିନ୍ଦା ,
ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ବିଶ୍ୱ ଐତିହାସିକ ସ୍ଥଳ ଭାବେ ରୂପାନ୍ତରିତ କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିଷ୍ଠାପର ଏବଂ ନିରନ୍ତର ପ୍ରୟାସକୁ ଆମେ ହୃଦୟର ସହିତ ସ୍ୱାଗତ କରିବା ସହ ଅଶେଷ କୃତଜ୍ଞତା ଜଣାଉଛୁ।
ନିକଟରେ ସ୍ଥାନୀୟ ବିଭିନ୍ନ ଗଣମାଧ୍ୟମ ଏବଂ ଖବରକାଗଜ ରେ ପ୍ରକାଶ ପାଇଥିବା ଲେଖାରୁ ଅବଗତ ହେଲୁ ଯେ, ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଯେଉଁ ବ୍ୟାପକ ଖନନ କାର୍ଯ୍ୟ ଚାଲିଛି ସେଥିରେ ବୈଧ ପ୍ରକ୍ରିୟା ଅବଲମ୍ବନ କରାଯାଇନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏବଂ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକାରଣର ବିନା ଅନୁମତି ଏବଂ ସହମତିରେ ଚାଲିଥିବା ଏହି ଗଭୀର ଖନନ କାର୍ଯ୍ୟ ଶ୍ରୀମନ୍ଦିରର ନିରାପତ୍ତା ଓ ସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଦୀର୍ଘ ୧୦୦୦ ବର୍ଷୀୟ ଏହି ପ୍ରାଚୀନ ସ୍ମରକୀର ଗଢ଼ଣ ସରଂଚନା କୁ ଦୃବଳ କରିବ ବୋଲି ସାଧାରଣରେ ଆଶଙ୍କା ଏବଂ ଅସନ୍ତୋଷ ଦେଖାଦେଇଛି।
ପ୍ରାଚୀନ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଓ ଭଗ୍ନାବଶେଷ (ସଂଶୋଧନ ଓ ବୈଧିକରଣ)ଅଧିନିୟମ ୨୦୧୦(AMASR ammendment and validation act-2010) ମୁତାବକ, ପ୍ରାଚୀନ ସ୍ମରକୀର ୧୦୦ ମିଟର ଚତୁର୍ପାଶ୍ୱରେ ନିଷେଧାଞ୍ଚଳରେ ଯେ କୌଣସି ନିର୍ମାଣ କାର୍ଯ୍ୟ ନେଷେଧ ଅଟେ। ଯଦି ଏହି ନେଷେଧାଞ୍ଚଳ କିମ୍ବା ନିୟନ୍ତ୍ରିତ ଅଞ୍ଚଳରେ କୌଣସି ନିର୍ମାଣ କିମ୍ବା ପୁନରୁଦ୍ଧାର କାର୍ଯ୍ୟ କରାଯାଏ, ତେବେ ଉପରୋକ୍ତ ସକ୍ଷମ ପ୍ରାଧିକାରୀ(ASI and NMA)ଙ୍କ ଅନୁମତି ଏବଂ ସହମତି ଅତ୍ୟନ୍ତ ଜରୁରୀ ଅଟେ।
ଶ୍ରୀଜଗନ୍ନାଥ ସଂସ୍କୃତି ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର। ପ୍ରଭୁ ଜଗନ୍ନାଥ ଏବଂ ଶ୍ରୀମନ୍ଦିର ଦେଶରେ ଏବଂ ଦେଶ ବାହାରେ ଥିବା କୋଟି କୋଟି ଭକ୍ତ,ଶ୍ରଦ୍ଧାଳୁ, ସେବକ,ସେବାୟତ ଏବଂ ହିନ୍ଦୁ ମାନଙ୍କ ଆସ୍ଥା,ବିଶ୍ୱାସ ଓ ଧାର୍ମିକ ଭାବନାର ଉତ୍ସ। ସୂଚନା ଅନୁସାରେ କିଛିଦିନ ପୂର୍ବରୁ ମିଡ଼ିଆ ମାଧ୍ୟମରେ ଜଣାପଡିଥିଲା ଯେ ଶ୍ରୀମନ୍ଦିର ନାଟମଣ୍ଡପ ରେ ଦୁଇ ପୁଟ ଲମ୍ବା ଦେଢ଼ ଇଞ୍ଚ ପ୍ରସ୍ଥ ର ଫାଟ ସୃଷ୍ଟି ହୋଇଛି । ଖୋଳା ହେବା ଆରମ୍ଭରୁ ଆମ୍ ଆଦ୍ମୀ ପାର୍ଟି ଶ୍ରୀମନ୍ଦିର ଛତିଶା ନିଯୋଗ , ପୁରୀ ଓକିଲ ସଂଘ ଏବଂ ବିଭିନ୍ନ ସଂଘକୁ ଚିଠି ଲଖି ଘଟଣା ସମ୍ବାଧରେ ତଦାରଖ କରି ମନ୍ଦିର ସୁରକ୍ଷା ଦାବି କରି ପ୍ରଶାସନ ସହ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲା ।ଏବେ ପର୍ଯ୍ୟନ୍ତ ଜିଲ୍ଲାପାଳ ମହୋଦୟ ନିୟମ ନମାନି କାର୍ଯ୍ୟକୁ ଜାରିରଖିଛନ୍ତି । ପାର୍ଟି ତରଫରୁ ତିନିଜଣିଆ କମିଟି ମଧ୍ୟ ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ଆବାହକ ଙ୍କୁ ରେପୋର୍ଟ ଦେଇଥିଲା । ରିପୋର୍ଟ ର ଅନୁଧ୍ୟାନ ପରେ ରାଜ୍ୟ ଆବାହକ ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା । ଏହାପରେ ମନ୍ଦିର ଚାରିପାଖ ପଦ ଯାତ୍ରା କରି ନିଜର ବିରୋଧ ପ୍ରଦର୍ଶନ କରିବା ସହ ମନ୍ଦିର ସୁରକ୍ଷା ପାଇଁ ଜନ ସାଧାରଣଙ୍କୁ ଆଗକୁ ଆସିବା ପାଇଁ ଆହ୍ୱାନ କରାଯାଇଛି । ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ବଶିଷ୍ଠ ରଥ , ମୁଖପାତ୍ର ସତ୍ୟଜିତ ମହାନ୍ତି ,ସତ୍ୟବାଦୀ ଆବାହକ ଦେବ ଲୋଭନ , ଅନିଲ କୁମାର ସେନାପତି, ଚିନ୍ମୟୀ ରଥ , ପାର୍ବତୀ ପ୍ରଧାନ ,ଦୁଃଖିନୀ ବେହେରା , ରାଜେଶ ପଣ୍ଡା , ପ୍ରକାଶ ପ୍ରଧାନ , ବିରଜା ପ୍ରସାଦ ନାଥ , ଯୁଲ୍ଫୁକର୍ ଅଲ୍ଲୀ , ବାଦଲ ଖାନ୍ , ରମେଶ ଚନ୍ଦ୍ର ମଲ୍ଲିକ , ଶ୍ରୀକାନ୍ତ ସାମଲ ,ସୁକାନ୍ତ ଘଡେ଼ଇ , ସୌମ୍ୟକାନ୍ତ ବେହେରା , ସ୍ୟାମଲେନ୍ଦୁ ପ୍ରଧାନ , ଯୁଧିଷ୍ଟିର ବାରିକ୍ , ଶୋଭନ ବାରିକ୍ , ଦେବାଶିଷ ମିଶ୍ର ଏବଂ ଦେବ ପଧାନ ଆଦି ପ୍ରମୁଖ ସଦସ୍ୟଙ୍କ ସହ ପାର୍ଟିର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।