କନ୍ଧମାଳ – ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ଦୁର୍ନୀତି ନକରିବାକୁ ଶପଥ ନେବାର ଏକ ସପ୍ତାହ ମଧ୍ୟ ବିତି ନଥିବା ବେଳେ ଆଜି ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଲାଂଚ ନେଇ ଭିଜିନ୍ନ୍ ହାତରେ ଧରାପଡିଛନ୍ତି । ଆଜି ଶ୍ରୀ ବେହେରା ତାଙ୍କ କାର୍ଯ୍ୟାଳୟରେ ଏକ ଫାଇଲକୁ ଜିଲାପାଳଙ୍କ ନିକଟକୁ ପଠାଇବା ପାଇଁ ୧୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ ନୀରୋଦା ପ୍ରଧାନ, ଇନ୍ଦିରା କହଁର, ଗଜପତି ପ୍ରଧାନ ଓ କୁନ୍ତଲତା ପ୍ରଧାନ ପ୍ରମୁଖ ୪ ଜଣଙ୍କର ସମ୍ପର୍କୀୟ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ବେଳେ ନିୟମ ଅନୁଯାୟୀ ସରକାରଙ୍କ ଏକ ଲକ୍ଷ ଟଙ୍କା ସହୟତା ପାଇଁ ଆବେଦନ କରିଥିଲେ । ଏହି ଆବେଦନକୁ ଯାଂଚ କରି ଫାଇଲ ଜିଲ୍ଲାପାଳଙ୍କ ନିକଟକୁ ପାଠାଇବାକୁ ଜିଲ୍ଲା ଶ୍ରମ ଅଧିକାରୀ ଆଂଚଳିକ ବିଶ୍ୱକର୍ମା ଶ୍ରମିକ ସଂଘର ସଭାପତି ବାବାଜୀ ପ୍ରଧାନଙ୍କୁ ୧୫ ହଜାର ଲାଂଚ ମାଗିଥିଲେ । ଏନେଇ ଶ୍ରୀ ପ୍ରଧାନ ବୁଧବାର ଫୁଲବାଣୀ ଭିଜଲାନ୍ସ ବିଭଗରେ ଅଭିଯୋଗ କରିଥିଲେ । ଭିଜିଲାନ୍ସର ଡିଏସପି ରବିକାନ୍ତ ସୁନା ୩୦ା ୨୦୧୯ ମାମଲା ରୁଜୁ କରି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଟ୍ରାପ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଯୋଜନା ମୁତାବକ ଆଜି ଅପରାହ୍ନ ୨.୪୫ରେ ସଂଘର ସଭାପତି ଶ୍ରୀ ପ୍ରଧାନ ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଇନ୍ସିପେକ୍ଟର ପୁଲସ୍ତ ଛତ୍ରିଆ ଓ ଇନ୍ସିପେକ୍ଟର କ୍ରୀଷ୍ଣା କୁମାରୀ ପ୍ରଧାନ ଶ୍ରୀ ବେହେରାଙ୍କୁ ଧରିଥିଲେ । ଏହି ସମୟରେ ଶ୍ରମ ଅଧିକାରୀ ଶ୍ରୀ ବେହେରା ଲାଂଚ ଟଙ୍କାକୁ ପାଟିରେ ପୁରାଇ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ । ତେବେ ଇନ୍ସିପେକ୍ଟର ଶ୍ରୀ ପୁଲସ୍ତି ଛତି୍ରଆ ଟଙ୍କାକୁ ତାଙ୍କ ପାଟିରୁ ବାହାର କରିଥିଲେ । ଏହି ସମୟରେ ଶ୍ରୀ ବେହେରା ଇନ୍ସିପେକ୍ଟର ଛତି୍ରଆଙ୍କ ହାତକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ । ପରେ ଅଧିକାରୀମାନେ ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ଗିରଫ କରିି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରିଥିଲେ । ଏଥି ସହ ଶ୍ରୀ ବେହେରାଙ୍କ ଫୁଲବାଣୀ ସ୍ଥିତ ଭଡାରେ ଥିବା ବାସ ଭବନ ଓ କଟକ ସିଡିଏ ୧୦ରେ ଥିବା ବାସଭବନ ଉପରେ ଚଢାଉ କରାଯାଇ ଯାଂଚ ଚାଲିଥିବା ଡିଏସପି ଶ୍ରୀ ସୁନା ପ୍ରକାଶ କରିଛନ୍ତି ।
Related Stories
November 25, 2024