
ମାଲକାନଗିରି ,ମାଲକାନଗିରି ଜିଲ୍ଲା ବାର୍ ଆସୋସିଏସନ୍ର ସମ୍ପାଦକ ଭାବେ ନୃସିଂହ ଚରଣ ମହା ନ୍ତି ଓ ସହ ସମ୍ପାଦକ ଭାବେ ରାଜେଶ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠିତ ମତଦାନରେ ଶ୍ରୀ ମହାନ୍ତିଙ୍କୁ ୬୪ ଟି ଭୋଟ ମିଳିଥିବା ବେଳେ ଶ୍ରୀ ତୁରୁକୁଙ୍କୁ ୩୬ ଟି ଭୋଟ ମିଳିଥିଲା । ଫଳରେ ନୃସିଂହ ଚରଣ ମହାନ୍ତି ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ଲମ୍ବୋଧର ତୁରୁକୁଙ୍କ ଠାରୁ ୨୮ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ସେହିପରି ରାଜେଶ ପଟ୍ଟନାୟକଙ୍କୁ ୭୩ ଟି ଭୋଟ ମିଳି ଥିବା ବେଳେ ଧି ରଜ ପାଣିଗ୍ରାହୀଙ୍କୁ ୩୬ ଟି ଭୋଟ ମିଳିଛି ଫଳରେ ଶ୍ରୀ ପଟ୍ଟନାୟକ ୪୭ ଟି ଭୋଟ୍ ଅଧିକ ପାଇ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ପ୍ରକାଶ ମହାନ୍ତି ବାର୍ ଆସୋସିଏସ୍ରେ ସଭାପତି ଭାବେ ନିଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ବିଭୁତି ଭୂଷଣ ବେହେରା ନିର୍ବାଚିତ ହୋଇଛନ୍ତି । ବାର୍ ଆସୋସିଏସନ୍ ଉପସଭାପତି ପଦବୀ ପାଇଁ ୨୦ ବର୍ଷ ଅଭିଜ୍ଞତା ଥିବା ନିୟମ ଥିବା ବେଳେ ଯେଉଁ ପ୍ରାର୍ଥି ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସେମାନଙ୍କ ୨୦ ବର୍ଷ ଅଭିଜ୍ଞତା ନଥିବାରୁ ଉପସଭାପତି ପାଇଁ ଆଗାମି ଦିନରେ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲା ବାର୍ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।