
କନ୍ଧମାଳ – ୧୦ ଦଫା ଦାବି ନେଇ ରାଜ୍ୟ ଠିକାଦର ସଂଘ ଡାକରା କ୍ରମେ ଆଜି ଛାରୁ କନ୍ଧମାଳ ଜିଲ୍ଲା ଠିକାଦର ସଂଘ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଛି । ଏନେଇ ଆଜି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୁରଣ ନହେବା ପ ର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲୁ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ସଂଘର ସଭାପତି ଦୁର୍ଯେ୍ୟଧନ ପଟ୍ଟନାୟକ, ସମ୍ପାଦକ ଅଭୟ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ଉପସଭାପତି ଶିବଶଙ୍କର ସାହାଣି, ସହ ସମ୍ପାଦକ ପାର୍ଥସାରଥୀ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଖଟୁଆଙ୍କ ସମେତ ବହୁ ଠିକାଦର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।