ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲା ମାଲକାନଗିରି ପୌରାଞ୍ଚଳ ଓ ବାଲିମେଳା ଏନ୍. ଏ.ସି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ଗତ ଦୁଇ ଦିନ ତଳେ ଶେଷ ହୋଇଥିବା ପୌର ପରିଷଦ ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯାଇଛି ।ଏହି ପରିପ୍ରେକ୍ଷିରେ ମାଲକାନଗିରି ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ହାତେଇ ନେଇଛନ୍ତି ଭାରତୀୟ ଜନତା ଦଳ ସଫଳ ହୋଇଛନ୍ତି । ଏଠାରେ ଶାସକ ଦଳ ଆପ୍ରାଣ ଉଦ୍ୟମ କରିଥିଲେ। ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବି.ଜେ.ପି ଦଳର ପ୍ରଦିପ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦୀ ବିଜେଡି ଦଳର ଜି, ସଞ୍ଜିବ ଦୋରାଙ୍କ ଠାରୁ ୩୮୯ ଖଣ୍ଡ ଭୋଟ ଆଗରେ ରହି ବିଜୟ ହାସଲ କରିଛନ୍ତି। ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୧୨ଟି ୱାର୍ଡ ରହିଥିବା ବେଳେ ୮ଟି ୱାର୍ଡ ରେ ବିଜେଡିର କାଉନସିଲର ବିଜୟୀ ହୋଇଥିବା ବେଳେ ୪ଗୋଟି ୱାଡ୍ ବିଜେପି କାଉନସିଲର ବାଜିମାତ କରିଛନ୍ତି ଅପରପକ୍ଷରେ ଚଳିତ ଥର କଂଗ୍ରେସ ଦଳ ଗୋଟିଏ ୱାର୍ଡ ଆଣି ପାରି ନାହିଁ। ତାହା ବାଲିମେଳା ବାସୀଙ୍କୁ ଆଶ୍ଚିତ କରିଦେଇଛି।
ସେହିପରି ମାଲକାନଗିରି ପୌରାଞ୍ଚଳରେ ଶାସକ ବିଜୁ ଜନତା ଦଳ ନିଜ ପୂର୍ବ ସ୍ଥିତି ବଜାଇ ରଖିବାରେ ସକ୍ଷମ ହୋଇଛି। ଏଠାରେ ବିଜେଡିର ମନୋଜ କୁମାର ବାରିକ (ଭାନୁ ) ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜାତୀୟ କଂଗ୍ରେସର ପ୍ରାଥୀ ଜି, ଶ୍ରୀନିବାସ ରାଓ (ଚିଟି )ଙ୍କ ୧ ୨ ୭ ୬ ଖଣ୍ଡଭୋଟରେ ପରାଜୟ କରି ଅଧକ୍ଷ ପଦବୀ ହାତେଇଛନ୍ତି। ମାଲକାନଗିରି ପୌରାଞ୍ଚଳର ୧ ୯ ୱାର୍ଡ ରୁ 14ଟିରେ ବିଜେଡି କାଉନସିଲ ପ୍ରାଥୀ ଓ ୫ ଟିରେ କଂଗ୍ରେସ ପ୍ରାଥୀ ବିଜୟୀ ହୋଇଛନ୍ତି। ଚଳିତ ଥର ବିଜେପି ମାଲକାନଗିରି ପୌରାଞ୍ଚଳ ରେ ଖାତା ଖୋଲି ପାରିନାହିଁ। ଫଳାଫଳ ଘୋଷଣା ପରେ ଉଭୟ ଅଧ୍ୟକ୍ଷ ସେମାନଙ୍କ ସମର୍ଥକଙ୍କ ସହ ଆତସବାଜି କରି ସହର ପରିକ୍ରମା କରିଥିଲେ।