ଭୁବନେଶ୍ୱର, ଓଡିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ଜିନରେ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର କାର୍ଯ୍ୟକୁ ୧୧.୩୦ ଯାଏ ସ୍ଥଗିତ କରି ଦେଇଥିଲେ ।
ଶନିବାର ଦିନ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ଗୃହ କାର୍ଯ୍ୟ ୧୦.୩୦ରେ ଆରମ୍ଭ ହୋଇଥିଲା । ବିଧାୟକ ଅରବିନ୍ଦ ଢାଲୀଙ୍କ ଏକ ପ୍ରଶ୍ନର ଉତର ଦେବାକୁ ବାଚସ୍ପତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଡାକିଥିଲେ । ମନ୍ତ୍ରୀ ଏହି ପ୍ରଶ୍ନର ଉତର ଦେଇଥିଲେ । ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ କଂଗ୍ରେସ ବିଧାୟକ ମାନେ ଆଉ କିଛି ବିଷୟ ଉଠାଇବାକୁ ଚେଷ୍ଟା କରୁଥିଲେ । ତେବେ ବାଚସ୍ପତି ତାଙ୍କୁ କହିଥିଲେ ଯେ ବର୍ତମାନ ପ୍ରଶ୍ନକାଳ ଚାଲିଛି । ପ୍ରଶ୍ନକାଳ ସରିବା ପରେ ଶୂନ୍ୟକାଳରେ ଆପଣ ଯାହା କହିବାକୁ ଚାହୁଁଛନ୍ତି ତାକୁ ଉଠାଇ ପାରିବେ ।
ହେଲେ କଂଗ୍ରେସ ବିଧାୟକ ମାନେ ତାଙ୍କ କଥାକୁ ନ ମାନି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାର ଦେଖା ଯାଇଥିଲା । ଏହା ପରେ ବାଚସ୍ପତି ଗୃହକୁ ୧୧.୩୦ ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।