
-
ଚମ୍ପୁଆ ଏନଏସିରେ ବିଜେଡ଼ି ପୌରାଧ୍ୟକ୍ଷ ପ୍ରାର୍ଥୀ ବିଜୟୀ
କେନ୍ଦୁଝର, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୌର ନିର୍ବାଚନର ଭୋଟଗଣତି ଜାରୀ ରହିଛି । ଏହି କ୍ରମରେ କେନ୍ଦୁଝର ଜିଲ୍ଲା ୪ ପୌରାଚଂଳ ଓ ଗୋଟିଏ ବିଜ୍ଞାପିତ ଅଂଚଳରେ ଭୋଟ୍ ଗଣତି କାର୍ଯ୍ୟ ଚାଲିଛି । ତେବେ ଅପରାହ୍ନ ୧ଟା ସୁଦ୍ଧା ଯୋଡ଼ା ଏବଂ ଆନନ୍ଦପୁର ମ୍ୟୁନିସିପାଲଟିରେ ବିଜେଡ଼ି ପୌରାଧ୍ୟକ୍ଷ ପ୍ରାର୍ଥୀ ଏବଂ ଚମ୍ପୁଆ ଏନଏସିରେ ବିଜେଡ଼ିର ପୌରାଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଯୋଡ଼ାରେ ଜଗଦିଶ ପ୍ରସାଦ ସାହୁ, ଆନନ୍ଦପୁରରେ ରବି ନାରାୟଣ ଖଟୁଆ ଏବଂ ଚମ୍ପୁଆରେ ଗିରିଜା ଶଙ୍କର ସାହୁ ବିଜୟ ଲାଭ କରିଛନ୍ତି ।