ଭୁବନେଶ୍ୱର, ଶ୍ରମିକ ସଂଗଠନମାନଙ୍କ ଜାତୀୟ କନ୍ଭେନସନ ମାର୍ଚ୍ଚ ୨୮, ୨୯ ଦୁଇଦିନ ପାଇଁ ସର୍ବଭାରତୀୟ ଧର୍ମଘଟ ଡ଼ାକରା ଦେଇଛି । ସିପିଆଇ (ଏମ୍.ଏଲ୍) ଲିବରେସନ ଏହି ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି । ଏହାସହ ଏହି ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ ଦେଇଛି । ମୋଦି ସରକାର ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ କର୍ପୋରେଟ୍ ସପକ୍ଷରେ ଜନଗଣଙ୍କର ସର୍ବନାଶ କରିଚାଲିଛି । ଶ୍ରମକୋଡ଼ ବଦଳାଇବା, କୃଷକଙ୍କ ବିରୁଦ୍ଧରେ ଆଇନ ଆଣିବା, ସମସ୍ତ ରାଷ୍ଟ୍ରାୟତ ସଂସ୍ଥାକୁ ବ୍ୟକ୍ତିଗତ ମାଲିକାନାକୁ ଟେକିଦେବା ଆଦି କାର୍ଯ୍ୟ କରିଚାଲିଛି । ରେଳ ଷ୍ଟେସନ, ରେଳଗାଡ଼ି, ବ୍ୟାଙ୍କ, ବୀମା, ଜାତୀୟ ରାଜପଥ, ବନ୍ଦର, ବିମାନ ବନ୍ଦର, ଷ୍ଟାଡ଼ିୟମ, ଖଣି, ଡ଼ାକ, ଟେଲି କମୁନିକେଶସନ, ଇସ୍ପାତ କାରଖାନା କେହି ଏଥିରୁ ବାଦ୍ ପଡୁନାହାଁନ୍ତି । ପେଟ୍ରୋଲ, ଡ଼ିଜେଲ ଦର, ଅତ୍ୟାବଶ୍ୟୀକ ସାମଗ୍ରୀର ଦରଦାମ ଓ ବେକାରୀ ବଢି ବଢି ଚାଲିଛି । ଜାତି ଧର୍ମ ଆଧାରରେ ଦେଶକୁ ଭାଗ ଭାଗ କରିବାକୁ ଚକ୍ରାନ୍ତ ଚାଲିଛି । ମୋଦି ସରକାର ସମସ୍ତ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲଂଘନ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା ଦିଗରେ ଆଗେଇ ଚାଲିଛି । ତେଣୁ କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ ଓ ଦେଶ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ୨୮ ଓ ୨୯ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି