-
ଆଣିଲେ ସ୍ୱାଧିକାର ଭଙ୍ଗ ନୋଟିସ
ଭୁବନେଶ୍ୱର, କୌଣସି ବିଧାୟକଙ୍କୁ ଗିରଫ କରା ଗଲେ ସଙ୍ଗେ ସଙ୍ଗେ ବିଧାନସଭା ବାଚସ୍ପତିଙ୍କୁ ସୂଚନା ଦେବାର ବ୍ୟବସ୍ଥା ରହିଛି । ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିବା ପରେ ସଙ୍ଗେ ସଙ୍ଗେ ବାଚସ୍ପତିଙ୍କୁ ସୂଚନା ଦିଆ ଯାଇ ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶ୍ରୀ ମିଶ୍ର କହିଥିଲେ ଯେ କୌଣସି ବ୍ୟକ୍ତିକୁ ପୋଲିସ ଗିରଫ କଲେ ତାକୁ ୨୪ ଘଂଟା ମଧ୍ୟରେ ମାଜିେଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବାର ବ୍ୟବସ୍ଥା ରହିଛି । ସେହିପରି ଭାବେ ବିଧାୟକଙ୍କୁ ଗିରଫ କରା ଗଲେ ତତକ୍ଷଣାତ ବିଧାନସଭା ବାଚସ୍ପତିଙ୍କୁ ସୂଚନା ଦେବାର ବ୍ୟବସ୍ଥା ରହିଛି । ହେଲେ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ମାମଲାରେ ଏହି ନିୟମ ପାଳନ କରା ଯାଇ ନାହିାଁ ଏହା ଅତ୍ୟନ୍ତ ପରିତାପର ବିଷୟ । ଏହା ଦ୍ୱାରା ବିଧାୟକ ମାନଙ୍କର ମର୍ଯ୍ୟାଦା ହାନୀ ହେଉଛି । ତେଣୁ ଏହା ଉପରେ ବିଚାର କରିବାକୁ ସେ ନିବେଦନ କରିଥିଲେ ।
ବାଚସ୍ପତି ଶ୍ରୀ ପାତ୍ର ମଧ୍ୟ କହିଥିଲେ ଯେ ସେ ତାଙ୍କର ପତ୍ର ପାଇଛନ୍ତି ଓ ଯାହା କହିଲେ ତାକୁ ମଧ୍ୟ ଶୁଣିଛନ୍ତି । ଏହାକୁ ସେ ଅନୁଧ୍ୟାନ କରି ଏହା ଉପରେ ନିଷ୍ପତି ନେବେ ବୋଲି ସେ କହିଥିଲେ ।