
ଭଦ୍ରକ, ଭଦ୍ରକ ପୌରାଚଂଳର ୨୪ ନଂ ୱାର୍ଡ଼ର ୬୫ ଓ ୬୬ ନଂ ବୁଥ୍ ରେ ଆଜି ସାନି ମତଦାନ ଅନୁଷ୍ଠିତ ହେଉଛି । ଏଠାରେ ସୂଚନାଯୋଗ୍ୟ, ଗତକାଲି ସମ୍ପୃକ୍ତ ଦୁଇଟି ବୁଥ୍ ରେ ଭୋଟଗ୍ରହଣ ଚାଲିଥିବା ବେଳେ କେତେକ ଦୁର୍ବୃତ ଦୁଇଟି ଇଭିଏମକୁ ଲୁଟ୍ ଉଦ୍ୟମ ସହ ଭଙ୍ଗାରୁଜା କରିଥିଲେ । ଫଳରେ ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀ ଏହି ଦୁଇଟି ବୁଥ୍ ରେ ନିର୍ବାଚନକୁ ବାତିଲ୍ ଘୋଷଣା କରିଥିଲେ । ଆଜି ସମ୍ପୃକ୍ତ ଦୁଇଟି ବୁଥ୍ ରେ ସାନି ମତଦାନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି । ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ।