
ଘସିପୁରା, ଦୁଇ ହରିଜନ ପରିବାର ହନ୍ତସନ୍ତ ହୋଇ ଦୀର୍ଘ ୨୫ ବର୍ଷ, ସଂଗ୍ରାମ ପରେ ଏମାନଙ୍କୁ ନ୍ୟାୟ ମିଳିଥିବା ଜଣାପଡିଛି। ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ହାତିଶିଳା ଗ୍ରାମର ଖାତା ନଂ୧୩୭/୧୦୭୨ ଅନାମ ଯେନା ଓ କେଶବ ଚରଣ ଯେନାଙ୍କ ନାମରେ ଥିବାବେଳେ ୧୦୭୩ ନଂ ପ୍ଲଟ ଟି ଘରୁ ବାହାରକୁ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ହୋଇଥିବା ବେଳେ ପାଖ ପଡୋଶୀ ଏହି ରାସ୍ତାକୁ ଜୋର କରି ଜବରଦଖଲ କରିବା ସହ ଏହା ଆମ ଜମି ବୋଲି ଦାବୀ କରିଆସୁଥିବା କାରଣରୁ ହାତିଶିଳା ଗ୍ରାମର ଅନାମ ଯେନା ଓ କେଶବ ଚରଣ ଯେନାଙ୍କ ପରିବାର ପିଲା ଛୁଆ ମାନେ ସ୍କୁଲ କଲେଜ ସହିତ ବଜାରଘାଟକୁ ଯିବାରେ ନାନା ହଇରାଣ ହରକତ ହେବାରୁ ସେ ବାଧ୍ୟ ହୋଇ ଶ୍ୟାମ ସୁନ୍ଦର ବାରିକଙ୍କ ପରିବାର ନାମରେ ଘସିପୁରା ଥାନା କେସ ନଂ ୮୫/୧୯୯୮ ରେ ନ୍ୟାୟ ପାଇଁ ଆବେଦନ କରିଥିଲେ। ମାମଲାର ଶୁଣାଣି ଅନାମ ଯେନାଙ୍କ ସପକ୍ଷ ରେ ନଯିବାରୁ ଅନାମ ଯେନା ୨୦୦୫ ମସିହାରେ କେନ୍ଦୁଝର ଜିଲା ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଏଥିରେ କେନ୍ଦୁଝର ଜିଲା ନ୍ୟାୟାଧିଶ ବିଚାରକରି ଅନାମଙ୍କ ସପକ୍ଷରେ ନ୍ୟାୟ ଶୁଣାଇଥିବା ବେଳେ ଏଥିରେ ଅସନ୍ତୁଷ୍ଟ ହୋଇ ଅପରପକ୍ଷ ସ୍ବର୍ଗତ ଶ୍ୟାମ ସୁନ୍ଦର ବାରିକ ଅନାମଙ୍କ ଵିରୋଧରେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ।
ଉଚ୍ଚ ନ୍ୟାୟାଳୟ ବିଭିନ୍ନ ତଥ୍ୟକୁ ଆଧାର କରି ସ୍ବର୍ଗତ ଶ୍ୟାମସୁନ୍ଦର ବାରିକ ଙ୍କ ଆବେଦନକୁ ଖାରଜ ୨୮/୨/୨୦୨୨ କରିଦେଇଥିବା ଜଣାପଡିଛି। ଅନାମ ନିଜ ହକ ପାଇବା ପାଇଁ ଦୀର୍ଘ ୨୫ ବର୍ଷ ସଂଗ୍ରାମ କରିବା ପରେ ଏହାର ଅନ୍ତ ଘଟିଛି। ଉଚ୍ଚ ନ୍ୟାୟାଳୟ ଅନାମଙ୍କ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରି ନିମ୍ନ କୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି।
ସବୁଠାରୁ ବଡ କଥା ବର୍ତମାନ ସମାଜରେ ଗୁଣ୍ଡା ମାନଙ୍କର ରାଜ ଚାଲିଛି। ହେଲେ ପୁଲିସ ପ୍ରଶାସନ ଅନାମଙ୍କୁ କେତେ ସହଯୋଗ କରୁଛି ତାହା ଦେଖିବାକୁ ବାକି ରହିଲା।