-
ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାକୁ ରେଳପଥ ସଂଯୋଗୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ
-
ପ୍ରତ୍ୟେକ ଅଂଚଳର ବିକାଶ ତଥା ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କର ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ
-
ବାମପନ୍ଥୀ ଉଗ୍ରବାଦକୁ କମ କରିବାରେ ମଧ୍ୟ ସଫଳତା ମିଳିଛି
-
ବିଦ୍ୟୁତ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ହୋଇ ପାରିଛି
ଭୁବନେଶ୍ୱର, ରାଜ୍ୟ ସରକାର ଅଗ୍ରାଧିକାର ଭିତିରେ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇ ଦେବା ସହ ଜୀବନ ଜୀବିକା ସୁଯୋଗ ସୃଷ୍ଟି କରିବା, ଯୋଗାଯୋଗ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, କୃଷି ପାଇଁ ଜଳସେଚନ, ଶିକ୍ଷା କ୍ଷେତ୍ରକୁ ଉନ୍ନତିର ପରବର୍ତୀ ପର୍ଯ୍ୟାୟକୁ ନେଉଛନ୍ତି । ପ୍ରତ୍ୟେକ ଅଂଚଳର ବିକାଶ ତଥା ପ୍ରତ୍ୟେକ ବର୍ଗର ଜନସାଧାରଣଙ୍କର ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ତାଙ୍କର ଅଭିଭାଷଣରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାକୁ ରେଳପଥ ସଂଯୋଗୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥି ପାଇଁ ରାଜ୍ୟ ସରକାର ରେଳବାଇକୁ ସହଯୋଗ ଦେଉଛନ୍ତି ତଥା ରେଳବାଇ ଓ ଅନ୍ୟ ମନ୍ତ୍ରଣାଳୟ ସହ ମିଶି ମିଳିତ ଉଦ୍ୟୋଗ ବା ଏସପିଭି ନିର୍ମାଣ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରା ଯାଉଛି ।
ସେ କହିଛନ୍ତି ଯେ ସମୁଦ୍ରରେ ପରିବହନ ପାଇଁ ମଧ୍ୟ ରାଜ୍ୟ ସରକାର କାମ କରୁଛନ୍ତି । ରାଜ୍ୟରେ ଅଣ ପ୍ରମୁଖ ବନ୍ଦର ବିକାଶ ପାଇଁ ସରକାର ୧୪ଟି ସ୍ଥାନ ନିରୁପଣ କରିଛନ୍ତି ଓ ସେଥି ମଧ୍ୟରୁ ଦୁଇଟି ଅଣ ପ୍ରମୁଖ ବନ୍ଦର କାର୍ଯ୍ୟକ୍ଷମ ରହିଛି । ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ବିଦ୍ୟୁତ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ହୋଇ ପାରିଛି ।
ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ରହିଥିବା ସହିତ ବାମପନ୍ଥୀ ଉଗ୍ରବାଦକୁ କମ କରିବାରେ ମଧ୍ୟ ସଫଳତା ମିଳିଛି । ବିଗତ ପାଂଚବର୍ଷ ଭିତରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି । ମୋ ସରକାର ଓ ସୁରକ୍ଷା ବାହିନୀଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତମାନ ୨୧ରୁ ୧୦ରେ ପହଂଚିଛି । ପୁଲିସ ପଦକ୍ଷେପ ଯୋଗୁଁ ପାଖାପାଖୁ ୫୮ ଜଣ ମାଓବାଦୀ ପ୍ରଭାବହୀନ ହୋଇଛନ୍ତି, ୧୯୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେହି ସମୟରେ ୧୦୮ ଜଣ ଆତ୍ମସମର୍ପଣ କରିଛନ୍ତି । ଏକଦା ମାଓବାଦୀଙ୍କ ଗଡ଼ ଥିବା ମାଲକାନଗିରିର ‘ସ୍ୱାଭିମାନ ଅଂଚଳ’ର ସଂପୂର୍ଣ୍ଣ ପରିର୍ବିତ ବାତାବରଣ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଶମନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁପରିଣାମ ଅଟେ ।
ସେ କହିଛନ୍ତି ଯେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କର ଶୂନ ସହନଶୀଳତା ନୀତି ରହିଛି । ଏହି ନୀତି ଯୋଗୁଁ ୨୦୨୧ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ୨୬୭ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ସ୍ୱରୂପ ଅଦ୍ୟାବଧି ୧୫୧ ଜଣ ଅନୈତିକ, ଅପାରଗ ଓ ଅସାଧୁ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
ସେ କହିଛନ୍ତି ଯେ ୨୦୧୪-୧୫ ମସିହା ପରଠାରୁ ପ୍ରାୟ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ୱଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି । ହିତାଧିକାରୀମାନଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି । ୭ ଲକ୍ଷ ୮୨ ହଜାର ହିତାଧିକାରୀଙ୍କୁ ୪ ମାସ ଏବଂ ୬ ମାସ ଅବଧି ମଧ୍ୟରେ ନିଜ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବାରୁ ପ୍ରୋତ୍ସାହନ ବାବଦରେ ୧,୨୮୩ କୋଟି ଟଙ୍କା ସଂପୃକ୍ତ ହିତାଧିକାରୀ ପରିବାରକୁ ପ୍ରଦାନ କରାଯାଇଛି । ପୁନଶ୍ଚ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୧୨ ଲକ୍ଷ ୨୫ ହଜାର ଯୋଗ୍ୟ ପରିବାର ଚିହ୍ନଟ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ପାନୀୟ ଜଳ କ୍ଷେତ୍ରରେ ଖୁବ ଭଲ କାମ କରା ଯାଇଥିବା ପ୍ରକାଶ କରି ସେ କହିଛନ୍ତି ଯେ-
ରାଜ୍ୟର ୬୩ଟି ସହରାଂଚଳ ସ୍ୱାୟତ ଶାସନ ସଂସ୍ଥା ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିସାରିଛନ୍ତି । ସମଗ୍ର ଦେଶରେ ଶତ ପ୍ରତିଶତ ଗୃହକୁ ପାଇପ୍ ଜଳ ସଂଯୋଗ କରିବାରେ ଭୁବନେଶ୍ୱର ମହାନଗର ନିଗମ ପ୍ରଥମ ଓ କଟକ ମହାନଗର ନିଗମ ଦ୍ୱିତୀୟ ହୋଇପାରିଛି । ୨୦୨୨ ମସିହାରେ ରାଜ୍ୟର ସମସ୍ତ ୧୧୪ଟି ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ଜଳ ସଂଯୋଗ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ସିଧାସଳଖ ଟ୍ୟାପ୍ରୁ ନିରାପଦ ପାଣି ପିଇବାର ସୁବିଧା ଯୋଗାଇ ଦେବା ପାଇଁ ମୋ ସରକାରଙ୍କ ମିଶନ ‘ସୁଜଳ’ ପୁରୀ ସହରାଂଚଳର ଶତ ପ୍ରତିଶତ ମିଟରିଂ ସହିତ ସମସ୍ତ ପରିବାରକୁ ୨୪ ଘଣ୍ଟିଆ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରିବା ସହିତ ଆଇ.ଏସ୍.୧୦୫୦୦ ମାନକ ଗୁଣବତାକୁ ବଜାୟ ରଖାଯାଇଛି । ଏହାଦ୍ୱାରା ଅନ୍ତର୍ଜାତୀୟ ନଗରୀ ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର ଓ ଟୋକିଓରେ ଉପଲବ୍ଧ ଥିବା ସୁବିଧା ଭଳି ପୁରୀ ଭାରତର ଏକମାତ୍ର ସହର ଭାବେ ଏହି ସୁବିଧା ଯୋଗାଇ ଦେବାର ଗୌରବ ହାସଲ କରିଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର କୋଭିଚ୍-୧୯ ମହାମାରୀ ଯୋଗୁଁ ୨୦୨୦ ଅପ୍ରେଲ ପହିଲାରୁ ୨୦୨୧ ସେପ୍େଟମ୍ବର ୧୫ ମଧ୍ୟରେ ଉଭୟ ପିତାମାତା, ମଧ୍ୟରୁ ଜଣେ କିମ୍ବା ପରିବାରର ମୁଖ୍ୟ ଆୟକାରୀଙ୍କୁ ହରାଇଥିବା ସନ୍ତାନସନ୍ତତିମାନଙ୍କୁ ସହାୟତା ଯୋଗାଇଦେବା ନିମନ୍ତେ ୨୦୨୧ ମସିହା ଜୁନ୍ ୨୦ ତାରିଖରୁ ‘ଆଶୀର୍ବାଦ’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯୋଗ୍ୟ ସନ୍ତାନସନ୍ତତି ଏବଂ ସେମାନଙ୍କ ଯନ୍ ନେଉଥିବା ଅଭିଭାବକମାନଙ୍କ ପାଇଁ ମାସିକ ଆର୍ôଥକ ସହାୟତା ତଥା ଅନ୍ୟାନ୍ୟ ସମ୍ମିଳିତ ସହଯୋଗ ପ୍ରଦାନ କରିବା ପାଇଁ ଏହି ଯୋଜନା ପ୍ରବର୍ତନ କରାଯାଇଛି । ୧୮,୮୨୭ ଜଣ ବାଳକବାଳିକା ଏହି ଯୋଜନାର ସୁବିଧା ପାଇଥିବା ସେ କହିଠଛନ୍ତି ।
ସେ କହିଛନ୍ତି ଯେ ୨୦୨୧-୨୨ ବର୍ଷ ଅଧିକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ । ଗତ ପାଂଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଂଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ । ଚଳିତ ଆର୍ôଥକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି । ସେହିଭଳି ଏହି ଅବଧି ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ – ‘ଆଦର୍ଶ ବରପୁତ୍ର ଗ୍ରାମ’ ପ୍ରତିଷ୍ଠା ପାଇଁ ୧୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଗୋଟିଏ ତାଲିକା ସଂକଳିତ ହୋଇଛି । ରାଜ୍ୟର ସୁଯୋଗ୍ୟ ସନ୍ତାନମାନଙ୍କର ଗ୍ରାମଗୁଡ଼ିକୁ ଆଦର୍ଶ ଗ୍ରାମ ଭାବରେ ଘୋଷଣା ନିମନ୍ତେ ଗଠିତ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଦ୍ୱାରା ପ୍ରସ୍ତୁତ ତାଲିକାରୁ ଏହା ଚୟନ କରାଯିବ । ବିଶିଷ୍ଟ ଲେଖକ ମନୋଜ ଦାସ ଓ ଐତିହାସିକ ମନ୍ମଥ ନାଥ ଦାସଙ୍କ ବାଲେଶ୍ୱର ଜିଲ୍ଲାର ଶଂଖାରୀ ଗ୍ରାମସ୍ଥିତ ଗୃହକୁ ‘ମନ୍ମଥ–ମନୋଜ ସ୍ମାରକ’ ପୀଠରେ ପରିଣତ କରିବାକୁ ସରକାର ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ବିଶ୍ୱସ୍ତରୀୟ ଭିତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ଲାର ଶଂଖାରୀ ଗ୍ରାମସ୍ଥିତ ଗୃହକୁ ‘ମନ୍ମଥ–ମନୋଜ ସ୍ମାରକ’ ପୀଠରେ ପରିଣତ କରିବାକୁ ସରକାର ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର, ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ବିଶ୍ୱସ୍ତରୀୟ ଭିତିଭୂମି ସୁବିଧା ଓ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୭୬ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।