-
ସମ୍ପୃକ୍ତ ୪ ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,
ଜିଲ୍ଲାରେ ପୌର ନିର୍ବାଚନ ନିମନ୍ତେ ଗାଡି ମୁତୟନରେ ଅବହେଳା କରିଥିବାରୁ ୪ ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି । ଅନୁରୋଧ ପରେ ମଧ୍ୟ ସଂପୃକ୍ତ ମାଲିକ ମାନେ ଗାଡି ମୁତୟନ ନକରିବାରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସୁପାରିଶ ଅନୁଯାୟୀ ପୁରୀ ଜିଲ୍ଲାପାଳ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୬୭ ଏବଂ ଓଡିଶା ଓମିନି ବସ୍ ଆଇନ ୧୯୮୪ର ଧାରା ୯ ଅନୁଯାୟୀ ପରୱାନା ଜାରି କରିଛନ୍ତି । ଏହି ଗିରଫ ପରୱାନା କାର୍ଯ୍ୟକାରୀ କରିବାକୁ ପୁରୀ ଆରକ୍ଷୀ ଅଧିକ୍ଷକ ଏବଂ ଡିସିପି, ଭୁବନେଶ୍ବରଙ୍କୁ ଅବଗତ କରାଯାଇଛି । OD02X-7484, OD13-0075 ଏବଂ OD13E-0711 ଗାଡି ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁରୀ ଆରକ୍ଷୀ ଅଧିକ୍ଷକ ଏବଂ OR02AR-4270 ନିମନ୍ତେ ଡିସିପି, ଭୁବନେଶ୍ବରଙ୍କୁ ଅବଗତ କରାଯାଇଛି ।