୩ ସର୍ମ ସମନ୍ବୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶାଖା ଆଶ୍ରମ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ମଧୁଶାନ୍ତି କୁଟୀରର ବାର୍ଷିକ ଉତ୍ସବ ମୁଖ୍ୟ
ଆଶ୍ରମର ପରିଚାଳକ ବାବାଜୀ ଦାମୋଦର ଦାସଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି ।
ପ୍ରଥମେ ମଙ୍ଗଳ ଆଳତୀ, ସମୂହ ବିଶ୍ୱଶାନ୍ତି ପ୍ରାର୍ଥନା, ବନ୍ଦାପନା ପରେ ବାବାଜୀ ଦାମୋଦର ଦାସଙ୍କ ଶୁଭ ଜନ୍ମ ଦିବସ ପାଳନ କରାଯାଇଥିଲା । ପରେ ପରେ ଶ୍ରୀ ଗୁରୁଦେବଙ୍କ ଷୋଡଶ ଉପଚାରରେ ପୂଜାର୍ଚନା, ମାଆମାନଙ୍କ ଦ୍ଵାରା ଭଜନ, ବନ୍ଦାପନା କରାଯାଇଥିଲା । ବାବାଜୀ ବିବେକାନନ୍ଦ ଦାସ,ସେବିକା ସବିତା ଦାସ, ବ୍ରହ୍ମଚାରୀ ଗୋପୀ ଦେବୀ ପ୍ରମୁଖ ଭଜନ ଗାନ କରିଥିଲେ । ଏହି ଅବସରରେ ସ୍ବତନ୍ତ୍ର ଧର୍ମସଭା ବାବାଜୀ ଦାମୋଦର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ
ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ, ସ୍ଵାମୀ ବିଜ୍ଞାନନ୍ଦ ଗିରି, ସ୍ବାମୀ ବିମଳାନନ୍ଦ ଗିରି, ସ୍ବାମୀ ଦେବା ପ୍ରୟାନନ୍ଦ ଗିରି, ସ୍ବାମୀ ଓଁକାର ନନ୍ଦ, ସ୍ବାମୀ ଗୁରୁନିସ୍ତାନନ୍ଦ, ମହନ୍ତ ରାମକୃଷ୍ଣ ଦାସ, ବାବା ସତ୍ୟାନନ୍ଦ ମହାରାଜ ପ୍ରମୁଖ ଯୋଗଦେଇ ପ୍ରେମାଚାର୍ଯ୍ୟ ମଧୁସୂଦନ ଆମ ସମସ୍ତଙ୍କୁ ପ୍ରେମରେ ଏହି ସ୍ଥାନକୁ
ନେଇଆସିଛନ୍ତି । ଯାହାର ଲକ୍ଷ୍ୟ ଥିଲା ସମସ୍ତଙ୍କ ଗୁରୁ ଏକ ଓ ସମସ୍ତ ଗୁରୁଙ୍କୁ ସମାନ ସମ୍ମାନ ଦିଅ |ଏହି ଭକ୍ତିକୁ ଆମେ ସମସ୍ତେ ପାଳନ କରିଲେ ସେହି ମହାପୁରୁଷଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧା ହେବ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସେବକ ପ୍ରୀତିରଂଜନ ଦାସ, ଜ୍ଞାନରଂଜନ ରାୟ, ସେବିକା ଶକୁନ୍ତଳା ଦାଶ,ରାଜକିଶୋର ସାହୁ, ସୁକାନ୍ତ କୁମାର ଖଟେଇ, କୃଷ୍ଣଚନ୍ଦ୍ର ଓଝା, ରବିନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
Related Stories
November 23, 2024