-
ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ
ଭୁବନେଶ୍ୱର , ଗୁରୁବାର ସକାଳ ୮ଟାରୁ ପୌରାଂଚଳ ଗୁଡିକରେ ମତଦାନ ଆରମ୍ଭ ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ସଂଧ୍ୟା ୫ ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଦିନ ୧୨ ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ରେକର୍ଡ କରା ଯାଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ତିନୋଟି ମ୍ୟୁନିସିପାଲ କର୍ପୋରେସନରେ ୨୧ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦିଆ ଯାଇଛି ।
ଉଲ୍ଲେଖନୀୟ ଯେ ଗୁରୁବାର ଦିନ ମ୍ୟୁନିସିପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେଉଛି । ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ମତଦାତା ସେମାନଙ୍କର ମତାଧିକାର ପ୍ରୟୋଗ କରୁଛନ୍ତି ।
ନିର୍ବାଚନକୁ,ସୁଚାରୁ ରୂପେ କରାଇବାକୁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଅବାଧ ରୂପେ କରିବାକୁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । । ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଛି ।