ନୂଆଦିଲ୍ଲୀ, ପୂର୍ବତନ ପ୍ରଧାନ ବିଚାରପତି ଆରସି ଲାହୋଟିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ପୂର୍ବତନ ସିଜେଆଇ ଶ୍ରୀ ଆରସି ଲାହୋଟି ଜିଙ୍କ ଦେହାନ୍ତରେ ଦୁଃଖିତ । ନ୍ୟାୟପାଳିକାରେ ତାଙ୍କର ଅବଦାନ ତଥା ବଂଚିତ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବା କାରଣରୁ ତାଙ୍କୁ ସ୍ମରଣ କରାଯିବ । ତାଙ୍କ ପରିବାର ତଥା ଶୁଭେଚ୍ଛୁମାନଙ୍କୁ ସମବେଦନା । ଓମ୍ ଶାନ୍ତି ।”
ସୂଚନାଯୋଗ୍ୟ ଯେ ପୂର୍ବତନ ପ୍ରଧାନ ବିଚାରପତି ରମେଶ ଚନ୍ଦ୍ର ଲାହୋଟିଙ୍କ ବୁଧବାର ସନ୍ଧ୍ୟାରେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।