
-
ତଦନ୍ତ ପାଇଁ ଭଦ୍ରକ ଏସପି ଅଫିସରେ ପହଂଚିଲା କ୍ରାଇମବ୍ରାଂଚର ୫ ଜଣିଆ ଟିମ୍
ଭଦ୍ରକ, ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ପାଇଁ ଆଜି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି)ଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ଵରେ ଏହି ଟିମ୍ ଘଟଣାର ତଦନ୍ତ କରିବ ।
ପ୍ରକାଶ ଥାଉ କି, ଗତ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ୧୪ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିଲା ।