
-
ପ୍ରତିବାଦରେ ରାସ୍ତାରୋକ
ଭଦ୍ରକ, ଭଦ୍ରକ ଜିଲ୍ଲା ଧାମନଗର ଏନଏସି ନିର୍ବାଚନ ନିମନ୍ତେ ଆଜି ଭୋଟ୍ ଗ୍ରହଣ ଚାଲିଥିବା ବେଳେ ୯ ନଂ ବୁଥ୍ ରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ପ୍ରତିବାଦ କରିବା ସହ ଉତ୍ୟେକ୍ତ ଲୋକେ ସେଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି ।