● ନାଟକରେ ଭାଷାର ପ୍ରୟୋଗ ଶୈଳୀ ସମ୍ପର୍କରେ ହେଲା ଆଲୋଚନା
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ନାଟକର ଭାଷା ବାସ୍ତବତାର ଅନୁକୃତି। ଦୈନନ୍ଦିନ ଜୀବନରେ ବ୍ୟବହୃତ ବାକ୍ଭଙ୍ଗୀ ସହିତ ଏହାର ନିବିଡ଼ ସମ୍ପର୍କ ରହିଥାଏ। ନାଟ୍ୟକାର ଯେତେବେଳେ ନିଜ ନାଟକରେ ବିଭିନ୍ନ ଚରିତ୍ର ନିମନ୍ତେ ସ˚ଳାପ ରଚନା କରୁଥାଏ, ସେତେବେଳେ ତାକୁ ଭିନ୍ନ ଭିନ୍ନ ଚରିତ୍ରର ଭୂମିକା ଗ୍ରହଣ କରିବାକୁ ହୁଏ। ନାଟ୍ୟକାର ଚରିତ୍ର ଅନୁରୂପ ସ˚ଳାପ ନିମନ୍ତେ ସେହିପରି ଭାଷାକୁ ପ୍ରୟୋଗ କରିଥାଏ। ନାଟକର ଭାଷା ଜୀବନର ହିଁ ଭାଷା।
ନିକଟରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନିତ ହୋଇଥିବା ବାଲେଶ୍ଵରର ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ନାଟକରେ ମାନବ ମନର ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି, ଆଚାର
ବ୍ୟବହାର, କାର୍ଯ୍ୟକଳାପ ତଥା ପରିବେଶ ରୂପାୟିତ ହୋଇଥିବାର ଲକ୍ଷ୍ୟ କରିହୁଏ। ସେ ନିଜର ଚିନ୍ତା, ଚେତନା ଓ ଅନୁଭୂତିକୁ ନାଟକରେ ପରିପ୍ରକାଶ କରିଥାନ୍ତି। ବାସ୍ତବ ଜୀବନରେ ଯେଉଁ ସବୁ ଶବ୍ଦ ଅତି ସାଧାରଣ ମନେହୁଏ ହେମେନ୍ଦ୍ର ବାବୁ ମଞ୍ଚରେ ଅଭିନେତାର ମୁହଁରେ ତାହାକୁ ସ୍ମରଣୀୟ ରୂପ ପରିଗ୍ରହଣ କରାଇଥାନ୍ତି।
‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ପଢ଼ୁଆଁପଦାସ୍ଥିତ କାର୍ଯ୍ୟାଳୟ ଠାରେ ହେମେନ୍ଦ୍ର ମହାପାତ୍ରଙ୍କ ନାଟକରେ ଭାଷାର ପ୍ରୟୋଗ ଶୈଳୀ ସମ୍ପର୍କିତ ଏକ ଆଲୋଚନାଚକ୍ର ବୁଧବାର ସନ୍ଧ୍ୟାରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ନାଟକ ସମ୍ପର୍କରେ ଡିଲିଟ୍ କରିଥିବା ଡକ୍ଟର ଭାଗବତ ପ୍ରସାଦ ଦାସ ହେମେନ୍ଦ୍ର ମହାପାତ୍ରଙ୍କ ନାଟକ ସମ୍ପର୍କରେ ଉପରୋକ୍ତ ମନ୍ତବ୍ୟ ଦେବା ସହ ନାଟ୍ୟକାରଙ୍କ ଶୈଳୀ, ଭାଷା ସ˚ଯୋଜନା, ଲୋକ-ସାହିତ୍ୟର ପ୍ରୟୋଗ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
କବି ଦୀପକ ବୋଷ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ସାଧାରଣ ସ˚ପାଦକ ନିବାରଣ ଜେନା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ˚ଗଠନ ସ˚ପାଦକ ତପନ ରାୟ ନାଟକର ଭାଷା ସମ୍ପର୍କରେ ଭିତ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇସାରିଥିବା ହେମେନ୍ଦ୍ର ମହାପାତ୍ର ସମ୍ପ୍ରତି ସ˚ଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିବାରୁ ଭାଷା ବିକାଶ ଆନ୍ଦୋଳନ ତରଫରୁ ତାହାଙ୍କୁ ଅରୁଣା ରାୟ ଓ ଶରତ କୁମାର ମହାପାତ୍ରଙ୍କ ଦ୍ବାରା ଅଭିନନ୍ଦିତ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ଅଞ୍ଜଳି ପଣ୍ତା, କଲ୍ୟାଣୀ ନନ୍ଦ, ସ˚ସ୍କୃତଜ୍ଞ ସଞ୍ଜୟ ପଣ୍ତା, ରମାକାନ୍ତ ମହାନ୍ତି, ଜ୍ୟୋତ୍ସ୍ନା ରାୟମହାପାତ୍ର, ପ୍ରଦୀପ କୁମାର ମିଶ୍ର, ରାଜେନ୍ଦ୍ର କୁମାର ରାଉତ ପ୍ରମୁଖ ନାଟକ ସମ୍ପର୍କରେ ବକ୍ତବ୍ୟମାନ ପ୍ରଦାନ କରିୃଥିଲେ। ଶେଷରେ
ସୁବ୍ରତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।