
ଭୁବନେଶ୍ୱର, ଗୁରୁବାର ସକାଳ ୮ଟାରୁ ପୌରାଂଚଳ ଗୁଡିକରେ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦିନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧୨ ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । ସେହିପରି ତିନୋଟି ମ୍ୟୁନିସିପାଲ କର୍ପୋରେସନରେ ୨୧ ପ୍ରତିଶତ ମତଦାନ ହୋଇଥିଲା ।