ଭୁବନେଶ୍ୱର, ଆସନ୍ତା ମାର୍ଚ୍ଚ ୨୫ ତାରିଖରୁବିଧାନସଭା ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ବୁଧବାରଠାରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୋଭିଡ୍ ଟେଷ୍ଟ କରିଛନ୍ତି । ବାଚସ୍ପତି କହିଛନ୍ତି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲା ସ୍ତରରେ ଟେଷ୍ଟ କରି ଆମକୁ ରିପୋର୍ଟ ଦେବେ । ଏଥିପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ବିଧାୟକମାନେ ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ।
ସୂଚନାଯୋଗ୍ୟ ଯେ ଆସନ୍ତା ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା । ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨୫, ୨୬ ଏବଂ ୨୮ ତାରିଖ ତିନିଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨ -୨୩ ଆର୍ôଥକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଂଟ ସଂକ୍ରାନ୍ତୀୟ ବ୍ୟୟମଂଜୁରୀ ବିଲ୍ ପାରିତ ହେବ । ଏହା ପୂର୍ବରୁ ଗତ ୧୪ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।