
ବଲାଙ୍ଗିର, ରାତି ପାହିଲେ ଭୋଟ ଆଗାମୀ କାଲି ସହରାଞ୍ଚଳ ଭୋଟର ତାଁକର୍ ମୁନିସିପାଲଟି ଓ ଏନଏସି ଗୁଡିକ ପାଇଁ ଅଧ୍ୟକ୍ଷା ଓ କାଉନ୍ସିଲର ପାଇଁ ଭୋଟ ଦେବେ ସକାଳ ୮ ଟା ରୁ ସଂଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ। ଆଜି ବଲାଙ୍ଗିର ମୁନିସିପାଲଟି ଅଫିସରୁ ସକାଳୁ ପୋଲିଂ ପାର୍ଟି ଗୁଡିକୁ ପଠାଇବା କାମ ଜିଲ୍ଲାପାଳ ଚଞ୍ଚଲ୍ ରାଣା, ଏସପି ନୀତିନ୍ କୁଶଳକର, ଅତିରିକ୍ତ ଜିଲ୍ଲାପାଳ ଲାଗୁରୀ ମୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ୍ ଦୀପ ପ୍ରମୁଖ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦଳ ଗୁଡିକ ଯାଇଛନ୍ତି। ସେମାନେ ନିଜ ନିଜର ବୁଥ ଗୁଡିକରେ ପହଂଚି ଯାଇଛନ୍ତି।