ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଆଜି ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଏନଏସଏସର ମିଳିତ ଆନୁକୂଲ୍ୟରେ ସହିଦ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁରୁ ଯୁବ କେନ୍ଦ୍ରର ଅଧିକାରୀ ହରିଶ ରୁପାଲ, ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଓ ଏନଏସଏସର ଜିଲ୍ଲା ଯୋଜନା ଅଧିକାରୀ ନମିତା ଦଣ୍ଡସେନା ପ୍ରମୁଖ ଯୋଗଦେଇ ସହିଦ ଦିବସ ପାଳନର ମହତ୍ୱ ଓ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ସହିଦ ଭଗତ ସିଂ, ରାଜଗୁରୁ ଓ ଶୁକଦେବଙ୍କର ସ୍ମୃତିଚାରଣ କରିବାସହ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ପ୍ରଦୀପ ଓରାମ, ଅରୁଣ କୁମାର ପାଣ୍ଡରାକି, ଗୌତମ ନାୟକ, ଟୁକୁନା ବଡୁ, ସୀତାଂଶୁ ପରିଡା, ମେଘା ଅଗ୍ରୱାଲ, ଋତୁ ମଣ୍ଡଳ, ଦିପ୍ତୀରେଖା ମିଶ୍ର, ସବିତା ମୁଦୁଲି ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ରେଡ଼କ୍ରସର ଆବାହକ ସମ୍ପାଦକ ଡ଼ଃ.ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଏନଏସଏସର ଯୋଜନା ଅଧିକାରୀ ପ୍ରମିୟ କୁମାର ମହାନ୍ତି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।