ମାଲକାନଗିରି, ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟାରେ ସ୍ବାମୀ ଓ ସ୍ତ୍ରୀ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବୁଦ୍ରା ସଗରିଆ ଓର୍କେଲ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁତୁରା ଡମରୁ ସଗରିଆ ଓ ତାଙ୍କ ସ୍ତ୍ରୀ କୁନି ସଗରିଆଙ୍କ ମଧ୍ୟରେ କିଛିଦିନ ଧରି ମନାନ୍ତର ରହିଥିଲା । ଗତକାଲି କୁନି ସଗରିଆ କୌଣସି ଏକ ବିଷାକ୍ତ ପଦାର୍ଥ ଖାଇବା ଫଳରେ ଗୁରୁତର ହୋଇପଡିଥିଲେ । ତାଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ତାଙ୍କ ସ୍ଵାମୀ ଡମ୍ବରୁ ଆଜି ସକାଳେ ବିଷାକ୍ତ ପଦାର୍ଥ ଖାଇ ଗୁରୁତର ହୋଇଥିଲେ । ସେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାପା ମାଙ୍କ ମୃତ୍ୟୁ ପରେ ତାଙ୍କର ତିନି ପିଲାମାନେ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଥଇଥାନ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
Related Stories
November 23, 2024
November 23, 2024