
ଭଞ୍ଜନଗର – ଭଞ୍ଜନଗର ଲାଲ ସିଂ ଗ୍ରାମର ସୁରଜ ସେଠି (22) ଗତ 29 ତାରିଖ ସୁରଟରେ ରାସ୍ତା ପାର ହେଉଥିବା ବେଳେ ଏକ ବସ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା ଫଳରେ ତାଙ୍କର ମସ୍ତିଷ୍କ ରେ ଆଘାତ ଲାଗି ରକ୍ତ ଜମାଟ ବାନ୍ଧି ଥିଲା l 4/5ଦିନ ମେଡିକାଲ ରେ ଚିକିତ୍ସା ପରେ ମଧ୍ୟ ଗତ 4 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା l ପୂର୍ବ ଚୁକ୍ତି ଅନୁସାରେ ତାଙ୍କର ହୃତପିଣ୍ଡ, କିଡ଼ନୀ, ଲିଭର ଓ ଚକ୍ଷୁ କୁ ଡାକ୍ତର ମାନେ ବାହାର କରି ମୁମ୍ବାଇ ନେଇ 6ଜଣଙ୍କ ଶରୀର ରେ ପ୍ରତିରୋପଣ କରି ସେମାନଙ୍କୁ ନୂତନ ଜୀବନ ଦାନ କରା ଯାଇଛି l ସୁରଜ ଙ୍କ ବଳିଦାନ ଓ ମଣିଷ ପଣିଆ ଚାରିଆଡେ ଏକ ଉଦାହରଣ ସୃଷ୍ଟି କରିଛି l ତେଣୁ ଏ ଅଞ୍ଚଳ ବାସୀ ନିଜକୁ ଧନ୍ୟ ମନେ କରୁଛନ୍ତି l