ଭୁବନେଶ୍ୱର , ରାଜ୍ୟରେ ସହରାଂଚଳ ନିର୍ବାଚନ ପାଇଁ ଆଜି ସଂଧ୍ୟା ୫ଟାରେ ନିର୍ବାଚନୀ ପ୍ରଚାରରେ ବ୍ରେକ ଲାଗିବ । ୨୪ ତାରିଖ ଦିନ ରାଜ୍ୟର ୧୦୬ଟି ଏନ୍ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।
ନିର୍ବାଚନ ପ୍ରଚାର ବନ୍ଦ ହେବା ପରେ ଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି । ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ ।
ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉଥିବା ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ୍ ଲାଗିଛି । ୨୨ତାରିଖ ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି କୁହାଯାଇଛି ।