ଭୁବନେଶ୍ୱର, ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଶାସିନୀଙ୍କ ଘରେ ଚଢାଉ ଆରମ୍ଭ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଉଥିବା ଭିଡିଲାନ୍ସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ଏକକାଳୀନ ଶାଳପଡ଼ା ସରକାରୀ ବାସଭବନ ସମେତ କେନ୍ଦୁଝର, ଭଦ୍ରକ, ଯାଜପୁର ଓ ଖୋର୍ଧା ଜିଲ୍ଲାର ୮ଟି ସ୍ଥାନରେ ଚଢ଼ାଉ କରାଯାଉଛି । ୩ ଜଣ ଡିଏସପି, ୪ ଜଣ ଇନିସପେକ୍ଟର, ୩ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ଅଛନ୍ତି ।