-
ଆଉ ୪ ଅଭିଯୁକ୍ତ ଗିରଫ
-
ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୧୦ କୁ ବୃଦ୍ଧି
ପୁରୀ, ଶ୍ରୀମନ୍ଦିରର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ଜଡ଼ିତ ଆଉ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ । ଫେରାର୍ ଥିବା ଅନ୍ୟ ୪ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂହ ଆଜି ଏସପି ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗିରଫ ୪ ଅଭିଯୁକ୍ତ ହେଲେ କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା ଏବଂ ଜଗନ ଖଟେଇ । ଏମାନଙ୍କୁ କୋରାପୁଟରୁ ଗିରଫ କରାଯାଇଛି । ଗିରଫ ୪ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ ନାମ ଏତଲାରେ ଥିଲା । ହତ୍ୟାକାଣ୍ଡ ପରେ ଏମାନେ ବାଇକ୍ ଯୋଗେ ପ୍ରଥମେ ସାତପଡ଼ା ପଳାଇଥିଲେ । ଚିଲିକା ଭିତରେ ଡ଼ଙ୍ଗାରେ ଦୁଇ ରାତି କଟାଇଥିଲେ । ପରେ ସେମାନେ କୋରାପୁଟ ପଳାଇଥିଲେ ।
ପ୍ରକାଶ ଥାଉ କି, ଗତକାଲି ପୋଲିସ ମୁଖ୍ୟ ୨ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଏବଂ ସେମାନଙ୍କର ୪ ଜଣ ସହଯାଗୀ ମୁନା ପାତ୍ର, ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ସନ୍ଦିପ ଜେନାଙ୍କୁ ଗିରଫ କରିଥିଲା । ଏବେ ଆଉ ୪ ଜଣ ଗିରଫ ହେବା ପରେ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି ।