ଭୁବନେଶ୍ୱର- ଓଡ଼ିଶାର ହସ୍ତଶିଳ୍ପ ଅନନ୍ୟ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର କାରୀଗରମାନଙ୍କର କଳାକୃତି ବେଶ୍ ସୁନାମ ଅର୍ଜନ କରିଛି । ଏ ପର୍ଯ୍ୟନ୍ତ ଓଡ଼ିଶାର ୧୮୦ ଜଣ ହସ୍ତଶିଳ୍ପ କାରିଗର ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର ଏବଂ ୧୧ ଜଣ ଶିଳ୍ପୀଗୁରୁ ପୁରସ୍କାର ପାଇଛନ୍ତି ।
୨୦୧୭ ବର୍ଷ ପାଇଁ ଓଡ଼ିଶାର ୮ ଜଣ ହସ୍ତଶିଳ୍ପ କାରୀଗର ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତନ୍ମ୍ଧ୍ୟରୁ ୫ ଜଣ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଏବଂ ୩ ଜଣ ଜାତୀୟ କୃତି ପୁରସ୍କାର ପାଇବେ ।
ବିରଂଚି ନାରାୟଣ ବେହେରା, ରାକେଶ କୁମାର ମହାରଣା, ପ୍ରଦୀପ କୁମାର ନାୟକ, ସବିତା ମହାପାତ୍ର, ସ୍ୱର୍ଣ୍ଣଲତା ମହାପାତ୍ର କ୍ଷେତ୍ରରେ ନିଜର କଳାକୃତି ପାଇଁ ଜାତୀୟ ପୁରସ୍କାର ବିଜୟୀ ହୋଇଛନ୍ତି । ମୁକୁନ୍ଦ ରଣା, ରଘୁ ରଣା, ଅପରାଜିତା ପରିଡ଼ା କୃତି ପୁରସ୍କାର ପାଇବେ । ଶ୍ରୀ ମୁକୁନ୍ଦ ରଣା ମୃତିକା ଶିଳ୍ପରେ ମା ଦୁର୍ଗା ଭସାଣି, ଶ୍ରୀ ରଘୁ ରଣା ମୃତିକା ଶିଳ୍ପରେ ତୁଳସୀ ଚଉରା ଅପରାଜିତା ପରିଡ଼ା ପଟ୍ଟଚିତ୍ରରେ କୃଷ୍ଣଲୀଳା କଳାକୃତି ନିମନ୍ତେ ପୁରସ୍କୃତ ହେବେ ।
ଜାତୀୟ ସ୍ତରରେ ଏତେ ସଂଖ୍ୟକ ଓଡ଼ିଶାର ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପାଇବା ଏକ ଉଲ୍ଲେଖନୀୟ ସଫଳତା ଓଡ଼ିଶାରୁ ୨୦୦୯ ବର୍ଷ ପାଇଁ ୬ ଜଣ, ୨୦୧୦ ପାଇଁ ୫ ଜଣ, ୨୦୧୧ରେ ୫ ଜଣ, ୨୦୧୨ ମସିହାରେ ୪ ଜଣ, ୨୦୧୩ ମସିହାରେ ୨ ଜଣ, ୨୦୧୪ ମସିହାରେ ଜଣେ, ୨୦୧୫ ମସିହାରେ ୪ ଜଣ ହସ୍ତଶିଳ୍ପୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ ।