

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଅ।ଜି ଆସିକା ପୋଲିସ ଅଚାନକ ଚଢାଉ କରିଛି । ଏହି ଚଢାଉରେ ତିନି ଜଣ ବାଣ ମାଫିଅ। ଗିରଫ ହୋଇଥିବା ସୂଚନା ମିଳିଥିବା ବେଳେ ପାଖାପାଖି 70ଲକ୍ଷ ଟଙ୍କାର ବେଅ।ଇନ ବାଣ ଜବତ ହୋଇଥିବା ସୂଚନା ମିଳିଛି । ଗଂଜାମ ଇତିହାସ ରେ ଏତେ ତାଙ୍କର ବାଣ ଜବତ ହୋଇଥିବା କୁହାଯାଉଛି।ତେବେ ଚଢ଼ାଉ ପୂର୍ବରୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଦୁଇ ଜଣ ପୋଲିସି କର୍ମଚାରୀ ଙ୍କୁ ନାଲବଣ୍ଟଆ ପଠାଇ ବାଣ କିଣିବୁ ବୋଲି କହି ଅଗ୍ରୀମ ଟଙ୍କା ଦେଇ ଆସିଥିଲେ। ଏହି ଚଢାଉ ରେ ଅ।ସିକା ଏସ୍ଡିପିଓ ସୂର୍ଯ୍ୟ ମଣୀ ପ୍ରଧାନ ଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଗଲା ଅନେକ ବର୍ଷ ଧରି ଏଠାରେ ବାଣ ବେଆଇନ ଭାବେ ପ୍ରସ୍ତୁତ ହୋଉଥିଲା । ଆଜି ର ଏହି ଚଢାଉ ପରେ ବାଣ ମାଫିଅ। ମାନଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।