ପୁରୀ,ପୁରୀରେ ଭିନ୍ନ ଢ଼ଙ୍ଗରେ ପଖାଳ ଦିବସ ପାଳିତ ହୋଇଛି।ଓଡ଼ିଆ ସଂସ୍କୃତି,ଜୀବନୀ, ଆତ୍ମୀୟତାର ପରିଚୟ ହେଉଛି ପଖାଳ।ଗରିବ ହେଉ କି ଧନୀ ପ୍ରତ୍ୟେକ ଓଡ଼ିଆ ପଖାଳର ସ୍ୱାଦକୁ ଉପଭୋଗ କରିଥାନ୍ତି। ପୁରୀ – ବ୍ରହ୍ମଗିରି ରାସ୍ତାର ଗୋରୁଆଳ ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳାରେ ପଖାଳ ଦିବସ ପାଳନ କରାଯାଇଛି। ଗୋବିନ୍ଦ ଗୋଧାମ ଓ ରାଷ୍ଟ୍ର ସେବା ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଛି ପଖାଳ ଦିବସ । ଜିଲ୍ଲାର ବିଜେପି ସଙ୍ଗଠନ କର୍ମକର୍ତା ଓ ବିଧାୟକ ଜୟନ୍ତ ଷଡଙ୍ଗୀ ,ବିଜେପି ନାରୀ ନେତ୍ରୀ ତଥା ରାଷ୍ଟ୍ର ସେବା ସଙ୍ଘଠନ ର ସଭାପତି ରଞ୍ଜିତା ପାଢ଼ୀ , କଲେଜ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜିବୀ ,ଗୋବିନ୍ଦ ଗୋଧାମ ଗୋଶାଳା ଟ୍ରଷ୍ଟ ର ସମ୍ପାଦକ ପଣ୍ଡିତ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା ,ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ,ଏବିଭିପି ର ଜିଲ୍ଲା ସଙ୍ଘଠନ ମନ୍ତ୍ରୀ ଦେବାଶିଷ ଶତପଥୀ ,ବିଜେପି ପୁରୀ ମହିଳା ନେତ୍ରୀ ଅନିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପଖାଳ ଉତ୍ସବରେ ସାମିଲ ହୋଇଥିଲେ । ଓଡିଆ ହାଣ୍ଡିଶାଳର ପଖାଳ ଆଜି ସବୁଆଡେ ପାଳିତ ହେଉଛି ପଖାଳ ଉତ୍ସବ। ଆଉ ପଖାଳ ଉତ୍ସବର ପରମ୍ପରା ଏବେ ସମସ୍ତେ ପାଳନ କରୁଥିବାରୁ ଧୀରେ ଧୀରେ ଓଡିଆଙ୍କ ଖାଦ୍ୟ ଏବେ ବିଶ୍ୱ ଦରବାରରେ ପ୍ରମୁଖ ସ୍ଥାନ ନେଇଛି । ତେବେ ପ୍ରତିବର୍ଷ ଏଭଳି ନିଆରା ଢଙ୍ଗରେ ପଖାଳ ଉତ୍ସବର ଆୟୋଜନ କରି ନିଜ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯିବ ବୋଲି କହିଛନ୍ତି ସଙ୍ଘଠନ ର ସଭାପତି ଶ୍ରୀ ମତି ପାଢ଼ୀ ।ତେବେ ପଖାଳ ଖାଲି ଓଡିଆଙ୍କ ପ୍ରମୁଖ ଖାଦ୍ୟ ନୁହେଁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ବି ବଡସିଂହାରରେ ଧୋ ପଖାଳ ଭୋଗ ହୋଇଥାଏ । ତେଣୁ ସମସ୍ତ ଆଜିର ଦିନରେ ପଖାଳ ଖାଇ ଦିବସକୁ ପାଳନ କରିଛନ୍ତି ।
ଅନ୍ୟପଟେ ବିଧାୟକ ଜୟନ୍ତ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଶାଳା ପରିସରରେ ପ୍ରଥମେ ଗୋମାତାଙ୍କ ସେବା କରିଥିଲେ।ପଖାଳ ଦିବସ ଅବସରରେ ପ୍ରସ୍ତୁତ ସ୍ଵତନ୍ତ୍ର ପଖାଳ,ଘାସ ଓ କୁଟା ଗାଇଙ୍କୁ ଖାଇବାକୁ ଦିଆଯାଇଥିଲା।ଏହାପରେ ସମସ୍ତେ ଏକତ୍ର ପଖାଳ ସେବନ କରିଥିଲେ।ଗୋଶାଳାରୁ ଉତ୍ପାଦିତ ହେଉଥିବା ଦହିରେ ପ୍ରସ୍ତୁତ ଦହି ପଖାଳ, ବଡ଼ି ଚୁରା, ବାଇଗଣ ଓ ଆଳୁ ଭର୍ତା,ସଜନା ଛୁଇଁ ଭଜା, ଟମୋଟା ଖଟା ଖାଇ ବେଶ୍ ଆତ୍ମସନ୍ତୋଷ ଲାଭ କରିଥିଲେ ସମସ୍ତେ।ଆଉ ଖରାଦିନ ତ ଦହି ପଖାଳ ଖାଇବାର ମଜା ସଂପୂର୍ଣ୍ଣ ନିଆରା।ଦହି ପଖାଳ ବେଶ୍ ସ୍ଵାଦିଷ୍ଟ ହୋଇଥିଲା ।ନିଜ ପରିଚୟ ସଂସ୍କୃତି,ପରମ୍ପରାକୁ ବଜାୟ ରଖିବା ପାଇଁ ଅନୁଷ୍ଠାନ ର ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି