ବଲାଙ୍ଗିର, ଫାଲଗୁନ ପୂର୍ଣ୍ଣମୀ ଅବସରରେ ବସନ୍ତ ଉତ୍ସବରେ ଏକ ଆଧ୍ୟାତ୍ମିକ ବାତାବରଣରେ ହରି ଏବଂ ହରଙ୍କ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ବରପାଲି ପଡାର ପଞ୍ଚସଖା ଗଳିରେ। ଆର୍ତ୍ତତ୍ରାଣ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ହରଙ୍କ ପକ୍ଷରୁ କର୍ତ୍ତା ରୂପେ କାର୍ୟ ତୁଲାଇ ଥିବା ବେଳେ କଳାକାର ବସୁଦେବ ମେହେର ଓ ତାଙ୍କର ଧର୍ମପତ୍ନୀ ହରିଙ୍କ ପକ୍ଷରୁ କର୍ତ୍ତା ରୂପେ ଯୋଗଦେଇ ପୂଜାର୍ଚନା କରିଥିଲେ। ନାମ ସଙ୍କୀର୍ତ୍ତନ ଘଣ୍ଟ ଶଙ୍ଖ ଧ୍ଵନୀ ମଧ୍ୟରେ ଦୁଇଟି ପଟୁଆରରେ ଦୁଇଟି ଦଳରେ ପାଲିଙ୍କିରେ ବସାଇ ଠାକୁରଙ୍କୁ ନିଆଯାଇ ଭେଟ ପରେ ମଣ୍ଡପରେ ପୂଜାର୍ଚନା କରଯାଇଥିଲା। ଏହାପରେ ଭକ୍ତଙ୍କ ଗହଣରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା। ପରଦିନ ସକାଳୁ ଦିଅ ମାନଙ୍କୁ ଲେଉଟାଣି ପୂର୍ବରୁ ରଙ୍ଗ ଅବିର ଖେଳ ହୋଇଥିଲା। କାର୍ଯକ୍ରମରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗଦେଇଥିବା ବେଳେ ଉଦ୍ୟୋକ୍ତା ମାନଙ୍କ ଉଦ୍ୟମରେ ପ୍ରତିବର୍ଷ ହେଉଥିବା ସାମାଜିକ କାର୍ଯକ୍ରମକୁ ପ୍ରସଂସା କରିଥିଲେ। ଆବାଳ ବୃଦ୍ଧବନିତା ଅନୁଷ୍ଠାନରେ ଭାଗ ନେଇଥିଲା ବେଳେ ପ୍ରତି ଘର ଆଗରେ କଳସ ବସାଇ ଦିଅ ମାନଙ୍କର ପୂଜାର୍ଚନା କରାଯାଇଥିଲା।
Related Stories
November 22, 2024