ଭୁବନେଶ୍ୱର, ଘନୀଭୂତ ହେଉଛି ଗଭୀର ଅବପାତ । ଆଗାମୀ ୧୨ ଘଂଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଉତର ଆଣ୍ଡାମାନ ଓ ନିକଟବର୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଘଂଟା ପ୍ରତି ୨୦ କିମି ବେଗରେ ଗତି କରୁଛି । ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ମିଆଁମାର ଉପକୂଳ ଦେଇ ଗତି କରିବ । ତେବେ ଓଡିଶା ଉପରେ ଏହାର କୌଣସି ପ୍ରଭାବ ନଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅପରପକ୍ଷରେ ଆଗାମୀ ୪ ରୁ ୫ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ଅଂଚଳରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ।