
ଭୁବନେଶ୍ୱର – ଆଜି ପୂର୍ବାହ୍ନ ୯.୦୦ ସମୟରେ ସ୍ଥାନୀୟ ପିଏମଜି ଛକରେ ସ୍ଥାପିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତିରେ ଉକ୍ରଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇଛି । ଉକ୍ରଳ ସମ୍ମିଳନୀର ପୂର୍ବତନ ସଭାପତି ତଥା ଓଡ଼ିଶା ବିଧାନ ସଭାର ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୨ତମ ଶ୍ରାଦ୍ଧଦିବସ ଅବସରରେ ଉକ୍ତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉକ୍ରଳ ସମ୍ମିଳନୀ ମଂଚେଶ୍ୱର ଶିଳ୍ପାଂଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବାବେଳେ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ବରିଷ୍ଠ ସଦସ୍ୟ ତଥା ସମାଚାର ପତ୍ରିକାର ଉପଦେଷ୍ଟା ଡଃ. ଦ୍ୱାରିକାନାଥ ମହାନ୍ତି, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି, ସମ୍ପାଦିକା ବାସନ୍ତୀ ତ୍ରିପାଠୀ, ଯୁଗ୍ମ -ସମ୍ପାଦକ ଅଶୋକ ପାଲଟାସିଂ, ପ୍ରସନ୍ନ ରଥ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ମହେଶ୍ୱର ବିଶ୍ୱାଳ, ନିରଞ୍ଜନ ପାତ୍ର, ପ୍ରକାଶ କୁମାର ସାମଲ ଓ ନିରଞ୍ଜନ ଜେନା ପ୍ରମୁଖ ବହୁ ସଦସ୍ୟ/ସଦସ୍ୟା । ଶେଷରେ ବନ୍ଦେ ଉକ୍ରଳ ଜନନୀ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟକାର ଧ୍ୱନୀ ସହିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।