କେନ୍ଦ୍ରାପଡ଼ା, ୦୬ ନଭେମ୍ବର(ହି.ସ.) – ତୁଳସୀ ମହ÷ିଳା ମହାବିଦ୍ୟାଳୟ ଓଡିଆ ବିଭାଗ ପକ୍ଷରୁ ଆଜି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସ୍ମୃତିରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ । କରିଲୋପାଟଣା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଲବ୍ଧ ପ୍ରତିଷ୍ଠ ପ୍ରାବନ୍ଧିକ ଓ ସ୍ତମ୍ଭକାର ଡ଼ଃ ସର୍ବେଶ୍ୱର ସେଣ ମୁଖ୍ୟ ବକ୍ତାଭାବେ ଯୋଗଦେଇ ନାରୀ ଜାଗରଣ ଓ ଫକୀର ମୋହନ ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ବିଭାଗୀୟ ମୁଖ୍ୟା ଡ଼ଃ ଏଲୋରା କବି ଅତିଥି ପରିଚୟ ଦେବା ସହିତ ଫକୀର ମୋହନ ସାହିତ୍ୟର ଏକାଧିକ ଦିଗ୍ବଳୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଅଜୟ କୁମାର ରାଉତଙ୍କ ସମେତ ବିଭାଗୀୟ ଅଧ୍ୟାପିକା ତେଜସ୍ୱିନୀ ସାମଲ, ଝରଣା ସାହୁ ଓ କୀର୍ତୀମାଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଛାତ୍ରୀ ସାବିତ୍ରୀ ଜେନା ଧନ୍ୟବାଦ ଦେଇଥିଲେ ।
Related Stories
November 29, 2024