
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଖାଳ ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କର କହିଛନ୍ତି ଯେ – ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ‘ପଖାଳ’ର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ । ‘ପଖାଳ ଦିବସ’ର ଅଭିନନ୍ଦନ ।