
ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୁଣ୍ଡପାଟଣାସ୍ଥ ବହୁପୁରାତନ କାଳିକାହୁଡା ଦୋଳ ମେଲଣ ରିତିକାନ୍ତି ଅନୁଯାୟୀ ଉଦଯାପିତ ହୋଇଯାଇଛି । କେବଳ ବିଧି ରକ୍ଷା ନିମନ୍ତେ ଏହି ମେଲଣରେ ମହନ୍ତ ଜଗବନ୍ଧୁ ଦାସଙ୍କ ତତ୍ୱବଧାନରେ ସ୍ଥାନୀୟ ଅଂଚଳରୁ ୧୫ରୁ ଉର୍ଦ୍ଧ ଛୋଟ ବଡ ବିମାନ ଯୋଗଦେଇ ଫଗୁ ଖେଳିଥିଲେ । ଥାନପତି ବିମାନଭାବେ ଉତରପ୍ରତାପ ଅଂଚଳର ରଘୁନାଥ ଜୀଉ ବିମାନ ସହ ସ୍ଥାନୀୟ ଅଂଚଳର ଗୋଟିଏ ବିମାନ ଯୋଗ ଦେଇଥିଲେ । କୁଣ୍ଡପାଟଣା , ମଝିସାହି ବିମାନ , ନୂଆସାହି ବିମାନ,ଢିହଉପର ଦୋଳ ବିମାନ,ନୀଳକଣ୍ଠପୁର,ଉତରପ୍ରତାପ,ମନ୍ଦାରପୁର,ବାଲିଗୁଡା,ନିଳାଦେଇପୁର ଅଂଚଳର ବଡ ବଡ ବିମାନ ଯୋଗ ଦେଇଥିଲେ । ବିମାନ ନିକଟରେ ନାମସଂକୀର୍ତନ ଓ ଘୋଡା ନାଚ ସରିବା ପରେ ବିମାନ ନିକଟରେ ଭୋଗ ଲାଗି କରାଯିବା ପରେ ଏହି ମେଲଣ ଉଦଯାପିତ ହୋଇଥିଲା ।
ବୈକୁଣ୍ଠ ବରାଳ, ପ୍ରଦିପ ରାଉତ, ଧନେଶ୍ୱର ତ୍ରିପାଠୀ, ସୁବାସ ବଳ, ପୁର୍ଣ୍ଣଚନ୍ଦ୍ର ବରାଳଙ୍କ ସମେତ ଗ୍ରାମମୁରବୀ ସହଯୋଗ କରିଥିଲେ ।