
ଧର୍ମଶାଳା, ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାର ୮୪ତମ ଶ୍ରୀଶ୍ରୀ ରଘୁନାଥ ଜୀଉ ମେଲଣ ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିଠାରୁ ଆରମ୍ଭ ହୋଇଥିବା ଏହି ମେଲଣରେ ସ୍ଥାନୀୟ ଅଞ୍ଝଳରୁ ଛୋଟବଡ ୧୫ରୁ ଉର୍ଦ୍ଧ ବିମାନ ଯୋଗ ଦେଇଥିଲେ । କୋଭିଡ ନିୟମ ଅନୁଯାୟୀ କେବଳ ଥାନାପତି ବିମାନ ସହ ୨ଟି ବଡ ବିମାନ ଓ ୧୦ଗୋଟି ଛୋଟ ବିମାନ ଯୋଗ ଦେଇଥିଲେ । ମୁଖ୍ୟତଃ ଗୋପିନାଥ ଜୀଉ ଛେନାଖିଆ ପାଟଣା ବ୍ରହ୍ମବରଦା,ମଦନ ମୋହନ ଜୀଉ ପହି,ମଦନ ମୋହନ ଜୀଉ ଚୋରମୁହାଁ ଓ ରଘୁନାଥ ଜୀଉ ଚାନ୍ଦପୁର ଆଦି ବିମାନ ଯୋଗଦେଇ ଥିଲେ । ରଘୁନାଥ ଜୀଉ ବ୍ରହ୍ମବରଦା ବିମାନ ଥାନପତି ଆସନ ଅଳକୃତ କରିଥିଲେ । ଆଜି ସକାଳେ ସମସ୍ତ ବିମାନ ସୁସଜ୍ଜିତ ଓ ନାମସଂକୀର୍ତନ ଆଦି ରାଧାକୃଷ୍ଣ ପ୍ରେମ ଗୀତରେ ଆଧ୍ୟତ୍ମୀକ ପରିବେଶ ମଧ୍ୟରେ ମେଲଣ ପଡିଆରେ ଏକତ୍ର ହୋଇ ଫଗୁ ଖେଳିଥିଲେ । ଫଗୁ ଖେଳିବା ପରେ ବିମାନ ନିକଟରେ ଭୋଗ ଲାଗି କରାଯାଇ ବିମାନ ଗୁଡିକୁ ବିଦାକି ଦିଆଯାଇଥିଲା । ରଘୁନାଥ ଜୀଉ ମେଲଣ କମିଟିର ସଭାପତି ସୁକାନ୍ତ କୁମାର ବିଶ୍ୱାଳ,ସମ୍ପାଦକ ଅତୁଲ୍ୟ ରାଉତ,ଉପ-ସଭାପତି ବିବେକାନନ୍ଦ ଦେଓ,ସହ-ସମ୍ପାଦକ ମହେଶ ବେହେରାଙ୍କ ସମେତ ପ୍ରଦିପ ଦାସ,ରାକେଶ ଦେଓ,ଅମୂଲ୍ୟ ରାଉତ,ସଂଜୟ ବେହେରା,ରଶ୍ମିରଂଜନ ରାଉତ,ଚିନ୍ତାମଣି ରାଉତ,ପିଂଟୁ ସାହୁ,ଧନଞ୍ଜୟ ରାଉତ,ଅଖିଳ ବେହେରା,କାବୁଲି ବାରିକ,ଧିରେନ୍ଦ୍ର ଦାସ ପ୍ରମୁଖ ମେଲଣ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ପ୍ରତାପ ଉଦଣ୍ଡରାୟ କମିଟିର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।