
କେନ୍ଦ୍ରାପଡା, କେନ୍ଦ୍ରାପଡା ପୈାରାଂଚଳର ବିଜେପି ନଗରପାଳ ପ୍ରାର୍ଥୀନୀ ମିନାକ୍ଷୀ ଦାଶ ତାଙ୍କର ବିଭିନ୍ନ ୱାର୍ଡରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି। କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୨ନଂ, ୬ନଂ, ୧୯ନଂ, ୱାର୍ଡରେ ବିଭିନ୍ନ ଗ୍ରାମର ଘର ଘର ବୁଲି ଭୋଟର ମାନଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ପ୍ରଚାର ସମୟରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା ସୁନାକର ବେହେରା, ଡ଼ଃ କଳ୍ପନା ମଲ୍ଲିକ, ଦୁର୍ଯ୍ୟେଧନ ସାହୁ, ନେହେରୁ ସାହୁ, ଜିଲ୍ଲା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ଓ ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀଙ୍କ ସମେତ ବହୁ ଭୋଟର, କର୍ମୀ ଓ ନେତା ପ୍ରମୁଖ ଏହି ପ୍ରଚାରରେ ସାମିଲ ଥିଲେ ।