
କେନ୍ଦ୍ରାପଡା, କେନ୍ଦ୍ରାପଡାର ବିଧାୟକ ଶଶି ଭୂଷଣ ବେହେରା ପୈାର ନିର୍ବାଚନ ପାଇଁ ବିଭିନ୍ନ ୱାର୍ଡ ବୁଲି ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ନିବେଦନ କରୁଛନ୍ତି । ପୈାରାଂଚଳର ୧୩ନଂ ୱାର୍ଡର ରଣପଡା, ଜଇପୁରା, ଚଉଁରୀ ବରହ୍ମପୁର, ପୋଷ୍ଟ ଅଫିସ ଲେନ ଗ୍ରାମ ଗୁଡିକ ବୁଲି ୧୩ନଂ ୱାର୍ଡର ଉନ୍ନତି ପାଇଁ କାଉନସିଲର ପ୍ରାର୍ଥୀ ମଙ୍ଗଳ ବରଣ ସିଂହଙ୍କୁ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି । ଶ୍ରୀ ସିଂହ ପୂର୍ବରୁ ମଧ୍ୟ କାଉନସିଲର ଭାବେ ଜିତିଥିଲେ । ୧୩ନଂ ୱାର୍ଡରେ ଶ୍ରୀ ସିଂହଙ୍କୁ ଭୋଟର ମାନେ ବେଶ ସହଯୋଗ କରୁଥିବା ଜଣାପଡିଛି ।