
କେନ୍ଦ୍ରାପଡା, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ସଦର ଥାନା ଅନ୍ତର୍ଗତ ଗହଗା ଗ୍ରାମରେ ଏକ ଫରର୍ଚୁନର କାର ରେ ରାତିରେ କେହି ଦୁର୍ବୁତ ନିଆଁ ଲଗାଇ ଦେବା ଫଳରେ କାରଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ, ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ଦିଲିପ କୁମାର ନାୟକ ଗହଗା ତାଙ୍କ ଶଶୂର ଘରକୁ ଗାଡି ନଂ-ଡଈ-୦୨-ଇଖ-୭୫୦୬ ରେ ଆସି ଗାଡିଟି ଘର ଆଗରେ ରଖିଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୁତ ଗାଡିଟିରେ ନିଆଁ ଲଗାଇ ଦେଇଥିଲା । ଦମକଳ ଆସିବା ପୂର୍ବରୁ ଗାଡିଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଶ୍ରୀ ନାୟକ ସଦର ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।