
କେନ୍ଦ୍ରାପଡା, କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ପୈାର ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ ୱାରେଣ୍ଟ ଥିବା ବ୍ୟକ୍ତି, ଅଭିଯୁକ୍ତ ଏବଂ ରାଜନୈତିକ ବ୍ୟକ୍ତି ପ୍ରାୟ ୧୦୦ ଜଣଙ୍କ ନାମରେ ଟାଉନ ଥାନା ପକ୍ଷରୁ ନିର୍ବାଚନକୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ସହ କରାଇବା ପାଇଁ ୧୦୭ ଦଫାରେ ମାମଲା ରୁଜୁ କରାଯାଇଛି । ଏଥିରେ ୧୯୯୭ ମସିହାରୁ ମୃତ୍ୟୁ ବରଣ କରିଥିବା ପୋଷ୍ଟ ଅଫିସ ଲେନର ସଫା ମିଆଁଙ୍କ ପୁଅ ସେକ ତାଜୁଉଦ୍ଦିନଙ୍କ ନାମରେ ମଧ୍ୟ ଏହି ଦଫାରେ ଏକ ମାମଲା ରୁଜୁ ହୋଇଥିବା ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଦୀର୍ଘ ୨୫ ବର୍ଷ ତଳେ ଏକ ଗଣ୍ଡଗୋଳରେ ମୃତ୍ୟୁ ବରଣ କରିଥିବା ସ୍ଵର୍ଗତ ତାଜୁଉଦ୍ଦିଙ୍କ ନାମରେ ଟାଉନ ପୋଲିସ କିଭଳି ୧୦୭ ଦଫାରେ ମାମଲା ରୁଜୁ କଲା ତାକୁ ନେଇ ତାଙ୍କ ପରିବାର ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।