
କେନ୍ଦ୍ରାପଡା, କେନ୍ଦ୍ରାପଡା ପୈାରାଂଚଳର ୧ନଂ ୱାର୍ଡରେ ବିଜେଡି ପକ୍ଷରୁ ପ୍ରାର୍ଥୀନୀ ହୋଇଥିବା ପୁଷ୍ପଲତା ବେହେରା ନିର୍ବାଚନ ପ୍ରଚାରକୁ ତୀବ୍ର କରିଛନ୍ତି । ସେ ନିଜର ସମର୍ଥକଙ୍କ ସହ ୱାର୍ଡର ଇଛାପୁର, କମାରଖଣ୍ଡି, ମଧ୍ୟଖଣ୍ଡି, ଅଛୁତପୁରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଭୋଟର ମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଆଗାମୀ ଭୋଟରେ ଶଙ୍ଖ ଚିହ୍ନରେ ବୋତାମ ଟିପି ଜୟଯୁକ୍ତ କରାଇବା ପାଇଁ ନିବେଦନ କରୁଥିବା ଜଣାପଡିଛି । ଏହି ୱାର୍ଡର ତାଙ୍କର ଘର ଓ ସଂର୍ପକ ଥିବାରୁ ଭୋଟର ମାନେ ତାଙ୍କୁ ବିପୁଳ ପରିମାଣରେ ସମର୍ଥନ କରୁଥିବା ଜଣାପଡିଛ । ୱାର୍ଡର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେବା ସହ ପୈାରାଂଚଳର ବିକାଶ କାର୍ଯ୍ୟରେ ସହଭାଗୀ ହୋଇ କେନ୍ଦ୍ରାପଡାକୁ ଆଦର୍ଶ ସହରରେ ପରିଣତ କରିବା ପାଇଁ ସହଯୋଗ କରିବେ ବୋଲି ପ୍ରାର୍ଥୀନୀ ଶ୍ରୀମତୀ ବେହେରା ଭୋଟର ମାନଙ୍କ ନିକଟରେ ପ୍ରକାଶ କରିଥିବା ଜଣାପଡିଛି ।