କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାରବାଟୀ ଗ୍ରାମର ୨ ନମ୍ବର ୱାର୍ଡରେ ପ୍ରାୟ ୨୫ ଘର ପରିବାର ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱର୍ ରହି ଜବରଦଖଲ କରିଛନ୍ତି । ରାଜନୈତିକ ଅଭିସନ୍ଧିକୁ ନେଇ ଏହି ବ୍ୟକ୍ତିମାନେ ଫାଇଦା ଉଠାଉଛନ୍ତି । ତେବେ ଗ୍ରାମର କିଛି ବ୍ୟକ୍ତି ଏହି ଅବରୋଧକୁ ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ ଏହି ଜବରଦଖଲ ଯୋଗୁ ଗ୍ରାମବାସୀମାନେ ରାସ୍ତାରେ ଯାଆସ କରିବା ପାଇଁ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଏହି ଅଭିଯୋଗ ସମୟରେ କାହ୍ନୁ ଚରଣ ମଲ୍ଲିକ, ଅଶୋକ କୁମାର ସାମଲ, ଭରତ ଚନ୍ଦ୍ର ସାମଲ, କୈଳାସ ଚନ୍ଦ୍ର ସାହୁ, ନଟବର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 29, 2024