
କେନ୍ଦ୍ରାପଡା, କେନ୍ଦ୍ରାପଡା ପୈାରାଂଚଳର ବିଜେଡି ନଗରପାଳ ପ୍ରାର୍ଥୀନୀ ସରିତା ସାହୁ ତାଙ୍କର ବିଭିନ୍ନ ୱାର୍ଡରେ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି । କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୪ନଂ, ୫ନଂ, ୮ନଂ ୱାର୍ଡରେ ବିଭିନ୍ନ ଗ୍ରାମର ଘର ଘର ବୁଲି ଭୋଟର ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ପ୍ରଚାର ସମୟରେ ରାଜ୍ୟ ମହିଳା ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ଜେନା, ପୂର୍ବତନ ନଗରପାଳିକା ରୋସନା ସାହୁ, ଟାଉନ ସଭାପତି ସ୍ୱୟଂପ୍ରଭା କରଙ୍କ ସମେତ ବହୁ ନେତା, କର୍ମୀ ଏବଂ ୱାର୍ଡର କାଉନସିଲର ପ୍ରାର୍ଥୀ ପ୍ରମୁଖ ଏହି ପ୍ରଚାରରେ ସାମିଲ ହୋଇ ବିଜେଡିକୁ ଭୋଟ ଦେବା ପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।