
କେନ୍ଦ୍ରାପଡା, କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ନିକିରାଇ ଠାରେ ଏକ ଅଟୋ ଓଲଟିଯିବା ଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ, ଅଟୋଟି କେନ୍ଦ୍ରାପଡାରୁ ଇନ୍ଦୁପୁରକୁ ଯାଉଥିବା ସମୟରେ ଡ୍ରାଇଭର ନିକଟରେ ବସିଥିବା ଜଣେ ନିଶାଶକ୍ତ ଯୁବକ ଖସି ଯାଉଥିବା ବେଳେ ଡ୍ରାଇଭର ତାଙ୍କୁ ଜାବୁଡି ଧରିବା ସମୟରେ ଗାଡିଟି ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ନିକିରାଇ ପୂର୍ବସାହି ଗ୍ରାମର ଅରବିନ୍ଦ ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ କୃଷ୍ଣପ୍ରିୟା ଗୋଛାୟତ, ବିମଳା ଗୋଛାୟତ, ରଶ୍ମି ରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ଜେନା, ହିମାଂଶୁ ବେହେରା ପ୍ରମୁଖ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ନିକିରାଇ ପୋଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।